ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍: ୟୁଥ୍ ଓ ଜୁନିୟରରେ ଅଜୟ ବାବୁଙ୍କୁ ସ୍ୱର୍ଣ୍ଣ

National Youth Weightlifting Championship Ajay Babu Bagged Gold

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ କିଟ୍ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିଅନସିପରେ ଆଜି ୮୧ କେଜି ଓଜନ ବର୍ଗର ଉଭୟ ୟୁଥ ଓ ଜୁନିୟର ପୁରୁଷ ବର୍ଗରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ଏହି ଓଜନ ବର୍ଗର ସିନିୟରରେ ଏସଏସସିବିର ଅଜୟ ସିଂ ଏବଂ ଆନ୍ତଃରାଜ୍ୟ ପୁରୁଷ ସିନିୟରରେ ହରିୟାଣାର ଦୀପକ ଲାଥେର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

National Youth Weightlifting Championship Ajay Babu Bagged Gold

ପୁରୁଷ ୟୁଥ ବର୍ଗରେ ମୋଟ ୨୯୫ କେଜି ଉତ୍ତୋଳନ କରି ମଧ୍ୟପ୍ରଦେଶର ଅଜୟ ବାବୁ ସ୍ୱର୍ଣ୍ଣ ପଦକ ହାତେଇ ଥିବା ବେଳେ ମୋଟ ୨୮୦ କେଜି ଉତ୍ତୋଳନ କରି ଆନ୍ଧ୍ରପ୍ରଦେଶର ଜି. ରବି କୁମାର ରୌପ୍ୟ ଏବଂ ତେଲେଙ୍ଗାନାର ଡି.ଗଣେଶ ୨୭୬ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୁରୁଷ ଜୁନିୟର ବର୍ଗରେ ମଧ୍ୟ ପ୍ରଦେଶର ଭି. ଅଜୟ ବାବୁ ସମାନ ୨୯୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆସାମର ତ୍ରିଦୀପ ବ୍ରାଉହ ୨୯୨ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଛତିଶଗଡ଼ର ଭାବଶ ସାରଙ୍ଗ ୨୮୩ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

National Youth Weightlifting Championship Ajay Babu Bagged Gold

ସିନିୟର ପୁରୁଷ ୮୧ କେଜି ଓଜନ ବର୍ଗରେ ଏସଏସସିବି ର ଅଜୟ ସିଂ ମୋଟ ୩୧୫ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ୩୧୪ କେଜି ଉତ୍ତୋଳନ କରି ହରିୟାଣାର ଦୀପକ ଲାଥେର ରୌପ୍ୟ ଏବଂ ୩୦୧ କେଜି ଉତ୍ତୋଳନ କରି ମହାରାଷ୍ଟ୍ରର ଅଭିଷେକ ନିପାନେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆନ୍ତଃରାଜ୍ୟ ପୁରୁଷ ସିନିୟର ୮୧ କେଜି ଓଜନ ବର୍ଗରେ ହରିୟାଣାର ଦୀପକ ଲାଥେର ସ୍ୱର୍ଣ୍ଣ, ମହାରାଷ୍ଟ୍ରର ଅଭିଷେକ ନିପାନେ ରୌପ୍ୟ ଏବଂ ଆସାମର ପପୁଲ ଚେଞ୍ଜନି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

National Youth Weightlifting Championship Ajay Babu Bagged Gold

ଶୁକ୍ରବାର ମୋଟ ୨୧ଟି ନୂଆ ଜାତୀୟ ରେକର୍ଡ ଭଙ୍ଗ ହୋଇଛି । ଏଥି ସହିତ ସ୍ନାଚ, କ୍ଲିନ ଆଣ୍ଡ ଜର୍କ ଏବଂ ମୋଟ ଉତ୍ତୋଳନରେ ମଧ୍ୟପ୍ରଦେଶର ଭି. ଅଜୟ ବାବୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଆଜି ପ୍ରତିଯୋଗିତା ଆରମ୍ଭରୁ ୮୧ କେଜି ଓଜନ ବର୍ଗର ୟୁଥ ଏବଂ ଜୁନିୟର କାଟେଗୋରୀର ପ୍ରତିଯୋଗୀ ମାନେ ପରସ୍ପରର ରେକର୍ଡ ଭାଙ୍ଗି ଚାଲିଥିଲେ । ୟୁଥ ବର୍ଗର ୧୭ ଜଣ ପ୍ରତିଯୋଗୀ ଏବଂ ଜୁନିୟର ବର୍ଗର ୪ ପ୍ରତିଯୋଗୀ ପୁରୁଣା ଜାତୀୟ ରେକର୍ଡ କୁ ଭାଙ୍ଗି ନିଜର ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ ।