ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟରେ ଜାତୀୟ ସାମ୍ବାଦିକତା ଦିବସ ପାଳିତ

ଭୁବନେଶ୍ୱର: ଜାତୀୟ ସାମ୍ବାଦିକତା ଦିବସ ପାଳନ ଅବସରରେ ଭୁବନେଶ୍ୱର ପଟିଆ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟରେ ଆଜି ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହାର ଶିର୍ଷକ ଥିଲା ସିଚୁଏସନ ବେସ୍‌ଡ ଜର୍ଣ୍ଣାଲିଜିମ ଟୁଆର୍ଡସ ପ୍ରସ୍ପରିୟସ ଇଣ୍ଡିଆ । କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଆଇଟି ଓ୍ବିଇଙ୍ଗ ମୁଖ୍ୟାଳୟ ସଂଯୋଜିକା ବ୍ରହ୍ମକୁମାରୀ ସବିତା ଦିଦି ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ସାମିଲ ହୋଇ, ସମୃଦ୍ଧ ଭାରତ ଗଠନରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ବପୂର୍ଣ ବୋଲି କହିଥିଲେ । ଗଣମାଧ୍ୟମ ବିଭିନ୍ନ ସମୟରେ ନୂଆ ନୂଆ ରୂପ ନେଇ ଆସିଥାଏ ଏବଂ ଏହାର କାମ ହେଲା ସମାଜର ମଙ୍ଗଳ କରିବା । ତେବେ ପ୍ରତ୍ୟେକ ବର୍ଗଙ୍କୁ ସମାନସ୍ତରକୁ ଆଣି ସାମାଜିକବୋଧ ସୃଷ୍ଟି ଦ୍ବାରା ହିଁ ସମୃଦ୍ଧ ଭାରତର ସ୍ବପ୍ନ ଦେଖାଯାଇପାରେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ସାମ୍ବାଦିକମାନେ ମଧ୍ୟ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।