ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ; ପ୍ରେସ୍ ଦିବସର ଇତିହାସ କ’ଣ ରହିଛି ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ ପ୍ରେସ ଦିବସ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରିଆସୁଛି ।

ପ୍ରେସ କାଉନସିଲ ଅଫ ଇଣ୍ଡିଆର ଇତିହାସ ବିଷୟରେ ଯଦି କହିବା ତାହାଲ ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ବାଧିନତା ପାଇଁ ପ୍ରେସ କାଉନସିଲ ଗଠନ କରିବାକୁ ଯୋଜନା ହୋଇଥିଲା । ତେବେ ଭାରତରେ ୪ ଜୁଲାଇ ୧୯୬୬ରେ  ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା । ତେଣୁ ନଭେମ୍ବର ୧୬କୁ ପ୍ରତି ବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ ।

୧୯୫୬ ମସିହାରେ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା ପାଇଁ ସୁପାରିଶ କରି ପ୍ରଥମ ପ୍ରେସ କମିଶନ ସିଦ୍ଧାନ୍ତ ନେଇଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ବୃତ୍ତିଗତ ନୈତିକତା ବଜାୟ ରଖିବାର ସର୍ବୋତ୍ତମ ଉପାୟ ହେଉଛି ଆଇନଗତ ପ୍ରାଧିକରଣ ସହିତ ଏକ ସଂସ୍ଥା ସୃଷ୍ଟି କରିବା । ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ୧୯୬୬ ମସିହାରେ ପ୍ରେସ କାଉନସିଲ ଅଧିନିୟମ ଅନୁଯାୟୀ ଗଠିତ ହୋଇଥିଲା। ଜଷ୍ଟିସ ଚନ୍ଦ୍ରମାଉଲି କୁମାର ପ୍ରସାଦ ଭାରତର ପ୍ରେସ କାଉନସିଲର ବର୍ତ୍ତମାନର ଚେୟାରମ୍ୟାନ୍ ଅଛନ୍ତି । ତାଙ୍କୁ ଦ୍ୱିତୀୟ ଥର ପାଇଁ ଏହି ପଦରେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଆଜି ଜାତୀୟ ପ୍ରେସ ଦିବସରେ ଭାରତର ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବ୍ୟକ୍ତି ଟୁଇଟ କରି ଜାତୀୟ ପ୍ରେସ ଦିବସ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply