କୃଷକ ଏବଂ ରାଜନୈତିକ ଦଳର ବିରୋଧ ସତ୍ତ୍ୱେ କୃଷି ବିଲ୍‌ରେ ରାଷ୍ଟ୍ରପତି ମାରିଲେ ମୋହର

1 min read
akali dal

ନୂଆଦିଲ୍ଲୀ: କୃଷି ବିଲ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ ପାରିତ ପରେ ଆଜି ଏହାକୁ ଅନୁମୋଦନ ଦେଇଛନ୍ତି ରାଷ୍ଟ୍ରପତି । ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି କୃଷି ବିଲ୍ । ତେବେ କୃଷି ବିଲକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଏବେ ବି ଆନ୍ଦୋଳନ ଚାଲୁରହିଛି ।

akali dal

କୃଷକ ତଥା ରାଜନୈତିକ ଦଳର ଅନେକ ବିରୋଧ ଓ ହଙ୍ଗାମା ସତ୍ତ୍ୱେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ବିଲ୍‌କୁ ନେଇ ନିଜର ସହମତି ପ୍ରକାଶ କରି ସାରିଛନ୍ତି । କୃଷକ ଏବଂ ରାଜନୈତିକ ଦଳମାନେ ଏହି ବିଲ୍‌କୁ ପ୍ରତ୍ୟାହାର କରିବା ନେଇ ଦାବି କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ଖାଲି ସେତିକି ନୁହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମ୍ମୁ-କଶ୍ମୀରର ଅଫିସିଆଲ୍ ଭାଷା ବିଲ୍ ୨୦୨୦କୁ ମଧ୍ୟ ସମ୍ମତି ଦେଇଛନ୍ତି ।

v

କେନ୍ଦ୍ରରେ ମୋଦି ସରକାରଙ୍କ ସହଯୋଗୀ ସିରୋମଣି ଅକାଳି ଦଳ ଏହି କୃଷି ବିଲ୍‌କୁ ଆରମ୍ଭରୁ ବିରୋଧ କରି ଆସୁଛି । ଏମିତିକି ଅକାଳି ଦଳର ନେତା  ହର୍‌ସିମ୍‌ରତ୍‌ କୌର କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ଏହାକୁ ବିରୋଧ କରିଥିଲେ । ହେଲେ ତାଙ୍କ ବିରୋଧକୁ କେହି ଖାତିର ନକରିବାରୁ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତାଫା ଦେଇଥିଲେ । ଖାଲି ସେତିକି ନୁହେଁ ଏତେ ସବୁ ଘଟଣା ଘଟିଲା ପରେ ମଧ୍ୟ ମୋଦି ସରକାର ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ । ତେଣୁ ଅକାଳି ଦଳ ଏନ୍‌ଡିଏରୁ ନିଜ ସମର୍ଥନ ପ୍ରତ୍ୟାହାର ମଧ୍ୟ କରିସାରିଛି । ଅକାଳୀ ଦଳ ବ୍ୟତୀତ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ କ୍ରମାଗତ ଭାବରେ କୃଷି ବିଲକୁ ବିରୋଧ କରିଥିଲେ ଏବଂ ଏଥିରେ ଦସ୍ତଖତ ନକରିବାକୁ ରାଷ୍ଟ୍ରପତିଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ହେଲେ ଏବେ ସବୁ ବିରୋଧ ଫ୍ଲପ୍‌ ହୋଇଯାଇଛି ।

akali dal

ଏହା ମଧ୍ୟରେ ଅକାଳି ଦଳର ନେତା ସୁଖବୀର ସିଂ ବାଦଲ ସମସ୍ତ ରାଜନୈତିକ ଦଳ ତଥା ସଂଗଠନଗୁନିକୁ କୃଷକ ଏବଂ କୃଷି ଶ୍ରମିକଙ୍କ ସ୍ୱାର୍ଥରେ ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ‘ମୁଁ ଦେଶର ସମସ୍ତ କୃଷକ, କୃଷି ଶ୍ରମିକ ତଥା କୃଷିଜାତ ଦ୍ରବ୍ୟର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା କରିବାକୁ ସମସ୍ତ ରାଜନୈତିକ ଦଳ ତଥା ସଂଗଠନକୁ ଆହ୍ୱାନ କରୁଛି । ଅକାଳି ଦଳ ଏହାର ଆଦର୍ଶରୁ ବିଚ୍ୟୁତ ହେବ ନାହିଁ । କୃଷକଙ୍କ କଲ୍ୟାଣ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏଠାରୁ ଅଲଗା ହୋଇଛି ଅକାଳି ଦଳ ।

Leave a Reply