spot_img

Latest Posts

ଓଡିଶାରେ ଜାତୀୟ ଓବିସି କମିଶନ, ଓବିସି ବର୍ଗଙ୍କ ସମସ୍ୟାକୁ ନେଇ ଆଲୋଚନା

ଭୁବନେଶ୍ୱର: ଓଡିଶାରେ ଜାତୀୟ ଓବିସି କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂ ପଟେଲ । ବିଭିନ୍ନ ରାଜନୈତିକ ଦଳର ଓବିସି ସଙ୍ଗଠନଙ୍କ ସହ ରାଜ୍ୟ ଅତିଥି ଭବନରେ ସେ ଆଲୋଚନା କରିଛନ୍ତି । ରାଜ୍ୟରେ ଓବିସି ବର୍ଗଙ୍କ ବିଭିନ୍ନ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ରାଜନୈତିକ ଓ ସାମାଜିକ ସଙ୍ଗଠନ ମାନେ କମିଶନ ସଦସ୍ୟଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ପଛୁଆ ବର୍ଗଙ୍କ ପାଇଁ କାମ ଠିକ ଭାବେ ହେଉଛି କି ନାହିଁ ତାହାର ତଦାରଖ ପାଇଁ କମିଶନ ସଦସ୍ୟ ଓଡ଼ିଶା ଆସିଛନ୍ତି । ଆଲୋଚନା ପରେ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ କମିଶ ସଦସ୍ୟ ।

ତେବେ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଏହି ସମୟରେ ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ରଘୁନାଥ ବିଶ୍ବାଳ ଜାତୀୟ କମିଶନ ସଦସ୍ୟଙ୍କୁ ଭେଟିଛନ୍ତି । ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ସଂରକ୍ଷଣ ନେଇ ସେ ଆଲୋଚନା କରିଛନ୍ତି । ସବୁ ଶିକ୍ଷାନୁଷ୍ଠାନରେ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବା ଦରକାର। ହେଲେ ସେମାନଙ୍କ ମଧ୍ୟରୁ ବହୁ ଜାତି ସାମାଜିକ ଓ ଶିକ୍ଷାଗତ ସ୍ତରରେ ଆଗେଇ ଗଲେଣି। ସେମାନଙ୍କୁ ବାଦ୍ ଦେବାର ଆବଶ୍ୟକତା ରହିଛି ।

ସେପଟେ ଖଣ୍ଡାୟତ ଜାତି ରାଜ୍ୟର SEBC ତାଲିକାରେ ଅଛନ୍ତି । ହେଲେ କେନ୍ଦ୍ରର OBC ତାଲିକାରେ ଏମାନେ ନାହାନ୍ତି । ତେଣୁ ସେମାନଙ୍କୁ ତାଲିକାରେ ସାମିଲ କରିବାର ଆବଶ୍ୟକତା ରହିଛି । ତେବେ ଆଲୋଚନାରେ ଜାତିଭିତ୍ତିକ ଜନଗଣନା ନେଇ ଆଲୋଚନା ହୋଇନି। 20ଟି ଜାତି SEBC ତାଲିକାରେ ସାମିଲ ହେବାକୁ ଆବେଦନ କରିଛନ୍ତି। ଯଦି ସେମାନେ ଯୋଗ୍ୟ ଥିବେ ତେବେ SEBC ତାଲିକାରେ ସାମିଲ ହେବେ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ହେବ ନାହିଁ।

ଯଦି ଦେଖିବା ତେବେ SEBC, ST, SC ସଂରକ୍ଷଣ ମିଶିଲେ 50 ପ୍ରତିଶତ ହେଉଛି। ରାଜ୍ୟ ସରକାର କେନ୍ଦ୍ର ପାଖକୁ SEBC ଆଇନକୁ ସମ୍ବିଧାନର ନବମ ଅନୁଛେଦରେ ସାମିଲ କରିବାକୁ ଆବେଦନ କରିଛନ୍ତି। କେନ୍ଦ୍ର ଅନୁମତି ଦେଲେ SEBCଙ୍କ ପାଇଁ 27 ପ୍ରତିଶତ ସଂରକ୍ଷଣ ହୋଇପାରିବ। ତାମିଲନାଡୁରେ ଏହା ନବମ ଅନୁଛେଦରେ ସାମିଲ ହୋଇ କାର୍ଯ୍ୟକାରୀ ହୋଇଛି।

Latest Posts

Don't Miss