ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ହମ୍‌ଲା, ଜଣେ ଯବାନ ସହିଦ

1 min read
National News, Jammu kashmir terrorists attacked security forces in bijbehara area south kashmir encounter crpf.
Northern Army Command Release Data On Terrorists Infiltration Ceasefire In 2020

ଜାମ୍ମୁକାଶ୍ମୀର: ଶୁକ୍ରବାର ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ବିଜବେହେରା ଅଞ୍ଚଳରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ସୈନିକ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଶିଶୁର ମଧ୍ୟ ମୃତ୍ୟୁ ଘଟିଛି । ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବାରମ୍ବାର ଗୁଳି ଚଳାଉଛନ୍ତି ।

ଏହି ଘଟଣା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ସିଲ୍ କରି ଦେଇଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି । ଆତଙ୍କବାଦୀଙ୍କୁ ଟାର୍ଗେଟ କରି ସୁରକ୍ଷା ବାହିନୀ ମଧ୍ୟ କ୍ରମାଗତ ଭାବେ ଗୁଳି ଚଳାଉଛନ୍ତି । ତେବେ ସହିଦ ଯବାନଙ୍କ ପରିଚୟ ଏବେ ସୁଦ୍ଧା ଜଣାପଡିନାହିଁ ।

କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ କ୍ରମାଗତ ଭାବେ ଅପରେସନ୍‌ ଜାରି ରଖିଛି । ବହୁ ସଂଖ୍ୟକ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଉଦ୍ୟମ ଜାରି ରଖିଛି । ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରିବା ପାଇଁ ମଧ୍ୟ ସେନା ପକ୍ଷରୁ ଅହରହ ଚେଷ୍ଟା ଚାଲିଛି ।

ତ୍ରାଲରେ ୩ ଆତଙ୍କବାଦୀ ନିହତ ହୋଇଥିଲେ

ଏହାପୂର୍ବରୁ ଶୁକ୍ରବାର ତ୍ରାଲରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଗୁରୁବାର ରାତିରୁ ଏହି ଏନକାଉଣ୍ଟର ଚାଲିଥିଲା । ଏଥିରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବା ବେଳେ ତୃତୀୟ ଆତଙ୍କବାଦୀର ମୃତଦେହ ଖୋଜା ଚାଲିଛି ।

ତ୍ରାଲରେ ହୋଇଥିବା ଏନକାଉଣ୍ଟରରେ ଜଣେ ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଏବେ ବି ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଜାମ୍ମୁ କାଶ୍ମୀରରୁ ଆତଙ୍କବାଦୀଙ୍କୁ ସଫା କରିବା କାର୍ଯ୍ୟ ଜାରି ରହିଛି । ସୂଚନାନୁସାରେ, ଦକ୍ଷିଣ କାଶ୍ମୀରରେ ୧୨ ଟି ଏନକାଉଣ୍ଟର ହୋଇଛି ଯେଉଁଥିରେ ୩୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛି ଭାରତୀୟ ସେନା ।

Leave a Reply