ରାଜେନ୍ଦ୍ର ମିଶ୍ରଙ୍କୁ ମିଳିଲା ଜାତୀୟ ପୋଲିସ ପଦକ

ନୂଆଦିଲ୍ଲୀ: ଡିଜି ଏବଂ ଆଇଜି ଅଲ ଇଣ୍ଡିଆ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ରାଜେନ୍ଦ୍ର ନାରାୟଣ ମିଶ୍ରଙ୍କୁ ସମ୍ମାନୀତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଭାରତୀୟ ପୋଲିସ ପଦକ ଗ୍ରହଣ କରିଛନ୍ତି ରାଜେନ୍ଦ୍ର । ୧୯୮୬ ମସିହାରେ ଗୁଇନ୍ଦା ବିଭାଗରେ ଚାକିରି କରି ସଫଳତାର ସହ ସରକାରଙ୍କ ଅନେକ କାର୍ଯ୍ୟକ୍ରମକୁ ସମ୍ପାଦନ କରିଛନ୍ତି ରାଜେନ୍ଦ୍ର ।

ଏବେ ଭୁବନେଶ୍ବରରେ କାର୍ଯ୍ୟରତ ରାଜେନ୍ଦ୍ର ମିଶ୍ର ତାଙ୍କର ବାହାଦୁରୀ ଓ ସାହାସିକତା ପାଇଁ ପୋଲିସ ପଦକ ପାଇଛନ୍ତି । ନ୍ୟାସନାଲ ସାଇନ୍ସ କମ୍ପ୍ଲେକ୍ସରେ ଆୟୋଜିତ ଏହି ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତସାହା ପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି । ପଦକ ପ୍ରଦାନ ଉତ୍ସବରେ ରାଜେନ୍ଦ୍ରଙ୍କ ସହ ପତ୍ନୀ ସୋନାଲ ମୁଖାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ ।