କ୍ଲାସ ରୁମରେ ନବୀନ, ଜାତୀୟ ମିଡିଆ କହିଲା ‘ପିକଚର ଅଫ୍ ଡେ’

2 min read

ଭୁବନେଶ୍ୱର: ଶ୍ରେଣୀଗୃହରେ ପିଲାଙ୍କ ସହ ବସିଲେ, ଶିକ୍ଷୟିତ୍ରୀଙ୍କ ପାଠପଢ଼ା ବି ଦେଖିଲେ । ରାଜ୍ୟରେ 5T ଅଧିନରେ ବିଦ୍ୟାଳୟ ରୂପାନ୍ତିରତ ହେଉଥିବା ବେଳେ ପିଲାଙ୍କୁ ଦିଆଯାଉଥିବା ଶିକ୍ଷାଦାନର ସ୍ଥିତି ରବିବାର ପରଖିଥିଲେ ମୁଖ୍ୟମନ୍ତ୍ରୀ । କ୍ଲାସରୁମରେ ଛାତ୍ର ଭଳି ବସି ପାଠ ବି ଶୁଣିଥିଲେ । ମହାମାରୀ କରୋନା ସହ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟ ମୁକାବିଲାର ସାରଥ ସାଜି ପ୍ରଶଂସା ସାଉଣ୍ଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ସାଲୁଟ୍ କରିଛି ପୂରା ଦେଶ ।

CM Naveen Patnaik In Smart School Class Room With Students

ଶିକ୍ଷା କ୍ଷେତ୍ରରେ ସଂସ୍କାର, ସରକାରୀ ସ୍କୁଲରେ ଘରୋଇ ବିଦ୍ୟାଳୟ ଠାରୁ ଉନ୍ନତ ଭିତ୍ତିଭୂମି ତିଆରି କରିଛନ୍ତି ନବୀନ । ଆଉ ଯେଉଁଥିପାଇଁ ଘରୋଇ ସ୍କୁଲ୍ ପରିବର୍ତ୍ତେ ସରକାରୀ ବିଦ୍ୟାଳୟରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଛାତ୍ରଛାତ୍ରୀ । ଏହାକୁ ନେଇ ଏବେ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ।

National Journalist Praised Odisha CM Naveen Patnaik's Ganjam School Visits

ନବୀନଙ୍କ ଗଞ୍ଜାମ ବିଦ୍ୟାଳୟ ଗସ୍ତକୁ ନେଇ ଜଣାଶୁଣା ସାମ୍ବାଦିକ ପିଙ୍କି ରାଜପୁରୋହିତ ଲେଖିଛନ୍ତି, ନବୀନ ଦୀର୍ଘବର୍ଷ ଓଡ଼ିଶାକୁ ଶାସନ କରିବା ପରେ କାହିଁକି ବିରୋଧାଭାସ ନାହିଁ । କାହିଁକି ନା ନବୀନ ଆଶ୍ଚର୍ଯ୍ୟ ନୁହଁନ୍ତି, ସେ ସବୁଠୁ ଭଲ ମୁଖ୍ୟମନ୍ତ୍ରୀ । ମହାମାରୀ କରୋନାରେ ଶିକ୍ଷା କ୍ଷେତ୍ର ବେଶି ପ୍ରଭାବିତ ହୋଇଥିବା ବେଳେ ନବୀନଙ୍କ ଏଭଳି ପରିଦର୍ଶନ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଉଦାହରଣ ।

ସେହିଭଳି ଜ. ନଭନୀତ ଆନନ୍ଦ ଲେଖିଛନ୍ତି, ଆମ ସମୟରେ ମୁଖ୍ୟମନ୍ତ୍ରୀ ଅଦୃଶ୍ୟ ଭଗବାନଙ୍କ ଠାରୁ କିଛି କମ୍ ନଥିଲେ ! ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖି ପ୍ରେରଣା ମିଳୁଛି ।

ଏନଡିଟିଭିର ସାମ୍ବାଦିକ ଅଖିଳେଶ ଶର୍ମା ଲେଖିଛନ୍ତି, 5T ଅଧିନରେ ହୋଇଥିବା ସ୍କୁଲ ରୂପାନ୍ତରଣର ଫଳକୁ ଶ୍ରେଣୀଗୃହରେ ବସି ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ସାମ୍ବାଦିକ ପ୍ରଶାନ୍ତ କୁମାର ଲେଖିଛନ୍ତି, ଇମେଜ୍ ଅଫ୍ ଦି ଡେ । ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଖୁସି ଲାଗୁଛି । ନେତା ରାଜ୍ୟରେ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି ।

ପ୍ରଦୀପ ଭଣ୍ଡାରୀ ନବୀନଙ୍କ ସ୍କୁଲ ପରିଦର୍ଶନକୁ ଏକ୍ସଲେଣ୍ଟ କହିଛନ୍ତି । ଶ୍ରେଣୀଗୃହରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯିଏ ଦେଖୁଛି, ସିଏ କହୁଛି- ନେତା ହେବ ତ ଏମିତି । ସବୁଠି ନବୀନଙ୍କ ପ୍ରଶଂସା ଆଉ ପ୍ରଶଂସା ଶୁଣିବାକୁ ମିଳୁଛି ।

Leave a Reply