spot_img

Latest Posts

ଜାତୀୟ ଗ୍ରାମପଞ୍ଚାୟତ ଆଓ୍ୱାର୍ଡ ୨୦୨୦: ଗଞ୍ଜାମର ୩ ପଞ୍ଚାୟତକୁ ପୁରସ୍କାର

ବ୍ରହ୍ମପୁର: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାର ୩ ପଞ୍ଚାୟତକୁ ୩ଟି ବିଭାଗରେ ଜାତୀୟସ୍ତରର ପୁରସ୍କାର ମିଳିଛି । ଓଡ଼ିଶାରେ ଶ୍ରେଷ୍ଠ ବିକାଶ ପ୍ଲାନ କରିବାରେ ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ, ରାଜ୍ୟର ଶ୍ରେଷ୍ଠ ଚାଇଲ୍ଡ ଫ୍ରେଣ୍ଡଲି ପଞ୍ଚାୟତ ବିଭାଗରେ ବେଲଗୁଣ୍ଠା ବ୍ଲକର ବଡ଼ବରସିଙ୍ଗି ପଞ୍ଚାୟତ ଏବଂ ନାନାଜି ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ସାନଖେମୁଣ୍ଡି ବ୍ଲକ ପୋଡାମାରି ପଞ୍ଚାୟତକୁ ମିଳିଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଅପରାହ୍ନରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହ ଏହି ସଫଳତା ପାଇଁ ଗଞ୍ଜାମ ଡିଆର୍‌ଡିଏ ଟିମ୍‌ ଓ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବଡିଓ, ସରପଞ୍ଚ ଓ ଅନ୍ୟମାନଙ୍କୁ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

Latest Posts

Don't Miss