spot_img

Latest Posts

ଆସାମର ‘ବୀରାପ୍ପାନ’କୁ ହତ୍ୟା, ନିଜ ଗ୍ୟାଙ୍ଗର ଲୋକେ ଗୁଳି କରି କଲେ ହତ୍ୟା

ନୂଆଦିଲ୍ଲୀ: ଆସାମର ବୀରାପ୍ପାନ ନିହତ। ୟୁନାଇଟେଡ ପିପୁଲ୍ସ ରିଭଲ୍ୟୁସନାରୀ ଫ୍ରଣ୍ଟର ଆତ୍ମଘୋଷିତ ମୁଖ୍ୟ କମାଣ୍ଡର ମାଙ୍ଗିନ ଖାଲାଉକୁ ତାର ନିଜ ସଂଗଠନର ସଦସ୍ୟମାନେ ଗୁଳି କରି ହତ୍ୟା କରିଛନ୍ତି। କାର୍ବି ଅଙ୍ଗଲଙ୍ଗ ଜିଲ୍ଲାର ଦକ୍ଷିଣାଞ୍ଚଳ ପାର୍ବ୍ୟତାଞ୍ଚଳ ଇଲାକାରେ ସେମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ପରେ ତାର ନିକଟତମ ସହଯୋଗୀ ମାଙ୍ଗିନକୁ ହତ୍ୟା କରିଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଆସାମରେ କୋଟି କୋଟି ଟଙ୍କାର ମୂଲ୍ୟବାନ କାଠ ଚାଲାଣରେ ଦୀର୍ଘ ଦିନ ଧରି ମାଙ୍ଗିନର ହାତ ରହିଥିଲା। ଏଣୁ ତାକୁ ଆସାମର ବୀରାପ୍ପାନ କୁହାଯାଉଥିଲା। ବିଭିନ୍ନ ଏନକାଉଣ୍ଟରରେ ତାର ଅନେକ ସହଯୋଗୀ ପ୍ରାଣ ହରାଇଥିଲେ ମଧ୍ୟ ସେ ବର୍ତ୍ତି ଆସୁଥିଲା। କାର୍ବି ଅଙ୍ଗଲଙ୍ଗ ଜିଲ୍ଲା ଅନ୍ତର୍ଗତ ବୋକାଜନ ସହର ନିକଟସ୍ଥ ଖେଙ୍ଗାପିବଙ୍ଗରେ ଏହି ଘଟଣା ଘଟିଛି। ତା ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ। ପୂର୍ବରୁ ସଂଗଠନର ମୁଖ୍ୟ ମାର୍ଟିନ ଗୁଇଟ ପୋଲିସ ସହ ଏନକାଉଣ୍ଟରରେ ଗତବର୍ଷ ଅକ୍ଟୋବରରେ ନିହତ ହୋଇଥିଲା।

Latest Posts

Don't Miss