ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ କାବେରୀ
1 min readନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟ ନାଗରକିଙ୍କୁ ସ୍ୱଦେଶ ଆଣିବା ପାଇଁ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି । ଏହି ଅପରେସନ ଆଧାରରେ ୫୦୦ ଭାରତୀୟ ପୋର୍ଟ ସୁଡାନରେ ପହଞ୍ଚିଛନ୍ତି । ଏ ସମ୍ପର୍କରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ସୁଦାନରେ ଫସିଥିବା ଆମ ନାଗରିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅପରେସନ କାବେରୀ ଚଲାଯାଉଛି । ପ୍ରାୟ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚିଛନ୍ତି ଯେତେବେଳେ କି ଅନ୍ୟମାନେ ରାସ୍ତାରେ ରହିଛନ୍ତି ।
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆଗକୁ ଲେଖିଛନ୍ତି ଯେ, ଆମେ ସୁଦାନରେ ଆମର ନାଗରିକଙ୍କ ସହାୟତା କରିବା ପାଇଁ ପ୍ରତିଜ୍ଞାବଦ୍ଧ । ଆମର ବିମାନ ଏବଂ ପାଣି ଯାହଜ ସେମାନଙ୍କୁ ଆଣିବା ପାଇଁ ପ୍ରସ୍ତୁତ ଅଛି । ସେହିପରି ଫ୍ରାନ୍ସ ହିଂସାଗ୍ରସ୍ତ ସୁଦାନରୁ ୫ ଭାରତୀୟ ନାଗରିକ ସମେତ ୨୮ ଦେଶର ନାଗରିକଙ୍କୁ ହିଂସା ଅଞ୍ଚଳରୁ ବାହାରକୁ ବାହାର କରିଛି । ଫ୍ରାନ୍ସର ବାୟୁସେନା ଏପର୍ଯ୍ୟନ୍ତ ସୁଦ୍ଧା ୫ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି । ଫ୍ରାନ୍ସର ସେନା ପୋଷ୍ଟକୁ ଏମାନଙ୍କୁ ଉଦ୍ଧାର କରାଯାଇ ଅଣାଯାଇଛି ।
Operation Kaveri gets underway to bring back our citizens stranded in Sudan.
About 500 Indians have reached Port Sudan. More on their way.
Our ships and aircraft are set to bring them back home.
Committed to assist all our bretheren in Sudan. pic.twitter.com/8EOoDfhlbZ
— Dr. S. Jaishankar (Modi Ka Parivar) (@DrSJaishankar) April 24, 2023
ଏହା ପୂର୍ବରୁ ରବିବାର ସାଉଦି ଆରବ କହିଥିଲା ଯେ ସେ ଘନିଷ୍ଠ ସମ୍ପର୍କ ରଖିଥିବା ଦେଶ ଏବଂ ମିତ୍ର ରାଷ୍ଟ୍ରର ୬୬ ନାଗରିକଙ୍କୁ ସୁଦାନରୁ ସୁରକ୍ଷିତ ଉଦ୍ଧାର କରିଛି, ସେମାନଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ସାମିଲ ଅଛନ୍ତି । ସୁଦାନରେ ୩୦୦୦ରୁ ଅଧିକ ଭାରତୀୟ ଫସିରହିଛନ୍ତି । ସେମାନଙ୍କୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ସୂଚନାଥାଉକି, କ୍ଷମତା ପାଇଁ ସେନା ଏବଂ ପାରାମିଲିଟାରୀ ବଳ ମଧ୍ୟରେ ଯୁଦ୍ଧ ଚାଲିଛି । ୧୦ ଦିନ ହେବ ଜାରି ଏହି ଭୀଷଣ ଯୁଦ୍ଧରେ ୪୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି ।