ନୀରଜଙ୍କ ସ୍ୱର୍ଣ୍ଣ ବିଜୟ ପରେ କିଏ, କଣ, କହିଲେ ?

2 min read
Nation Greets Neeraj Chopra After Won Gold In Tokyo

ଭୁବନେଶ୍ୱର: ୧୩ ବର୍ଷ ପରେ ଭାରତକୁ ପୁଣି ମିଳିଲା ସ୍ୱର୍ଣ୍ଣ ପଦକ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ନୀରଜ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ଦେଶ ପାଇଁ ସ୍ୱର୍ଣ୍ଣ ଆଣିବା ସହ ଜିତିଛନ୍ତି ସମସ୍ତଙ୍କ ହୃଦୟ । ସ୍ୱର୍ଣ୍ଣ ବିଜୟ ପରେ ନୀରଜଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

ନୀରଜଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଶେଷଥର ପାଇଁ ୨୦୦୮ରେ ପ୍ରଥମଥର ସୁଟିଂରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଥିଲେ ଅଭିନବ ବିନ୍ଦ୍ରା । ରାଷ୍ଟ୍ରପତି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି- ନୀରଜ ଇତିହାସ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ଟୋକିଓରେ ନୀରଜ ଇତିହାସ ରଚିଛନ୍ତି । ନୀରଜଙ୍କ ପ୍ରଦର୍ଶନ ସବୁଦିନ ପାଇଁ ମନେ ରହିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶ ନୀରଜଙ୍କୁ ନେଇ ଗର୍ବିତ । ନୀରଜ ପର ପିଢ଼ିକୁ ପ୍ରେରଣା ଦେଇଥିବା ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply