ନୀରଜଙ୍କ ସ୍ୱର୍ଣ୍ଣ ବିଜୟ ପରେ କିଏ, କଣ, କହିଲେ ?
2 min readଭୁବନେଶ୍ୱର: ୧୩ ବର୍ଷ ପରେ ଭାରତକୁ ପୁଣି ମିଳିଲା ସ୍ୱର୍ଣ୍ଣ ପଦକ । ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ନୀରଜ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ କରି ଦେଶ ପାଇଁ ସ୍ୱର୍ଣ୍ଣ ଆଣିବା ସହ ଜିତିଛନ୍ତି ସମସ୍ତଙ୍କ ହୃଦୟ । ସ୍ୱର୍ଣ୍ଣ ବିଜୟ ପରେ ନୀରଜଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।
Unprecedented win by Neeraj Chopra!Your javelin gold breaks barriers and creates history. You bring home first ever track and field medal to India in your first Olympics. Your feat will inspire our youth. India is elated! Heartiest congratulations!
— President of India (@rashtrapatibhvn) August 7, 2021
ନୀରଜଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଶେଷଥର ପାଇଁ ୨୦୦୮ରେ ପ୍ରଥମଥର ସୁଟିଂରେ ଦେଶ ପାଇଁ ସ୍ୱର୍ଣ୍ଣ ଆଣିଥିଲେ ଅଭିନବ ବିନ୍ଦ୍ରା । ରାଷ୍ଟ୍ରପତି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି- ନୀରଜ ଇତିହାସ ସୃଷ୍ଟି କରିଛନ୍ତି ।
History has been scripted at Tokyo! What @Neeraj_chopra1 has achieved today will be remembered forever. The young Neeraj has done exceptionally well. He played with remarkable passion and showed unparalleled grit. Congratulations to him for winning the Gold. #Tokyo2020 https://t.co/2NcGgJvfMS
— Narendra Modi (@narendramodi) August 7, 2021
ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇ ଲେଖିଛନ୍ତି- ଟୋକିଓରେ ନୀରଜ ଇତିହାସ ରଚିଛନ୍ତି । ନୀରଜଙ୍କ ପ୍ରଦର୍ଶନ ସବୁଦିନ ପାଇଁ ମନେ ରହିବ ।
A golden throw!
Congratulations #NeerajChopra on historic first-ever track & field #Gold medal for India in #Javelin throw at #Tokyo2020. The country is so proud of you. With this, you took India to its highest ever medal tally at the #Olympics. You will inspire generations. pic.twitter.com/fQ5TAeI7Bg
— Naveen Patnaik (@Naveen_Odisha) August 7, 2021
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶ ନୀରଜଙ୍କୁ ନେଇ ଗର୍ବିତ । ନୀରଜ ପର ପିଢ଼ିକୁ ପ୍ରେରଣା ଦେଇଥିବା ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।