ପାକିସ୍ତାନୀ କଳାକାରଙ୍କ କାଷ୍ଟିଂ… ଦିଲଜିତ୍ ଦୋସାଞ୍ଜଙ୍କ ସମର୍ଥନରେ ଆସିଲେ ନାସିରୁଦ୍ଦିନ ଶାହ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ କଳାକାରଙ୍କ କାଷ୍ଟିଂ… ଦିଲଜିତ୍ ଦୋସାଞ୍ଜଙ୍କ ସମର୍ଥନରେ ଆସିଲେ ନାସିରୁଦ୍ଦିନ ଶାହ । ଦିଲଜିତ ଦୋସାଞ୍ଜ ତାଙ୍କ ଫିଲ୍ମ ‘ସର୍ଦ୍ଦାରଜୀ 3’କୁ ନେଇ ବିବାଦରେ ଘେରି ରହିଛନ୍ତି । ଏହାର କାରଣ ହେଉଛି ତାଙ୍କ ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସାମିଲ । ଯେତେବେଳେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା, ସେଥିରେ ହାନିଆ ଆମିରଙ୍କ ବିଷୟରେ କୌଣସି ଉଲ୍ଲେଖ ନଥିଲା, କିନ୍ତୁ ଟ୍ରେଲରରେ ଅଭିନେତ୍ରୀଙ୍କୁ ଦେଖିବା ମାତ୍ରେ ଲୋକମାନେ ଭଡକିଛନ୍ତି । ତେବେ ଏହାରି ଭିତରେ ନାସିରୁଦ୍ଦିନ ଶାହ ଏହି ଫିଲ୍ମର ସମର୍ଥନରେ ଆସି କହିଛନ୍ତି ଯେ ଦିଲଜିତ ଦୋସାଞ୍ଜଙ୍କୁ ଜୋରଜବରଦସ୍ତ ଟାର୍ଗେଟ କରାଯାଉଛି ।

ଏପ୍ରିଲରେ ପହଲଗାମ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ କଳାକାରମାନଙ୍କୁ ନିଷିଦ୍ଧ କରିଥିଲେ। କିନ୍ତୁ ନିଷେଧ ପରେ ମଧ୍ୟ, ହାନିଆଙ୍କୁ ଫିଲ୍ମରେ କରିବାରୁ ଦିଲଜିତଙ୍କ ଫିଲ୍ମକୁ ନିଷେଧ କରିବାକୁ ଦାବି ହୋଇଛି। ଅନେକ ଷ୍ଟାର ଦିଲଜିତଙ୍କ ବିରୋଧରେ ବୟାନ ଦେଇଥିବା ବେଳେ କିଛି କଳାକାର ତାଙ୍କ ସମର୍ଥନରେ ବାହାରିଛନ୍ତି, ସେମାନଙ୍କ ମଧ୍ୟରେ ନାସିରୁଦ୍ଦିନ ଶାହଙ୍କ ନାମ ମଧ୍ୟ ସାମିଲ ହୋଇଛି । ସେ କହିଛନ୍ତି ଯେ ଦିଲଜିତ କାଷ୍ଟିଂ କରିନାହାଁନ୍ତି, ତାଙ୍କୁ କାହିଁକି ଦୋଷ ଦେଉଛ  ।

ନିକଟରେ ଅଭିନେତା ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, ମୁଁ ଦିଲଜିତଙ୍କୁ ସମର୍ଥନ କରୁଛି । ଜୁମଲା ପାର୍ଟିର ଡାର୍ଟି ଟ୍ରିକ୍ସ ବିଭାଗ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ସୁଯୋଗ ଅପେକ୍ଷା କରିଛି। ଦିଲଜିତ ଫିଲ୍ମର କାଷ୍ଟିଂ ପାଇଁ ଦାୟୀ ନଥିଲେ, ନିର୍ଦ୍ଦେଶକ ଥିଲେ । ଦିଲଜିତ ସାରା ବିଶ୍ୱରେ ଜଣାଶୁଣା, ଏବଂ ସେ ପାକିସ୍ତାନ କାଷ୍ଟିଂକୁ ଗ୍ରହଣ କରିଥିଲେ କାରଣ ତାଙ୍କ ମନରେ ବିଷ ନାହିଁ। ଏହି ଗୁଣ୍ଡାମାନେ ଯାହା ଚାହୁଁଛନ୍ତି ତାହା ହେଉଛି, ଭାରତ ଏବଂ ପାକିସ୍ତାନର ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ଶତୃତା ବୃଦ୍ଧି କରିବା । ମୋର ନିକଟ ସମ୍ପର୍କୀୟ ଏବଂ କିଛି ପ୍ରିୟ ବନ୍ଧୁ ଅଛନ୍ତି ଏବଂ ଯେତେବେଳେ ମୁଁ ଇଚ୍ଛା କରେ ସେମାନଙ୍କୁ ଭେଟିବା କିମ୍ବା ଦେଖା କରିବାରୁ ମୋତେ କେହି ଅଟକାଇ ପାରିବେ ନାହିଁ ଏବଂ ଯେଉଁମାନେ “ପାକିସ୍ତାନ ଯାଅ” କୁହନ୍ତି ସେମାନଙ୍କ ପ୍ରତି ମୋର ଉତ୍ତର ହେଉଛି “କୈଳାସ ଯାଅ”।