ନାସା ହବଲକୁ ମିଳିଗଲା ଚମକୁଥିବା ତାରାଙ୍କ କାରଖାନା

1 min read

ନୂଆଦିଲ୍ଲୀ: ନାସାର ହବଲ ସ୍ପେସ୍‌ ଟେଲିସ୍କୋପକୁ ମିଳିଛି ଆଉ ଏକ ସଫଳତା । ଯାହା ମହାକାଶର ସବୁଠାରୁ ଚମତ୍କାର ଏବଂ ଆଶ୍ଚର୍ଯ୍ୟଜନକ ଛବିକୁ କଏଦ କରିଛି । ଯାହା ଆପଣଙ୍କୁ କେବଳ ଇଣ୍ଟରନେଟରେ ଚିତ୍ର ମାଧ୍ୟମରେ ଦେଖିବାକୁ ମିଳିଥିବ ସତ, କିନ୍ତୁ ବାସ୍ତବ ନୁହେଁ ।

ନାସା ହବଲ ତା’ର ସୋସିଅଲ ମିଡିଆ ଆକାଉଣ୍ଟରେ ଏକ ନୂଆ ଗ୍ୟାଲେକ୍ସିର ଫଟୋ ଶେୟାର କରିଛି । ଯାହା ପୃଥିବୀ ଠାରୁ ଲକ୍ଷ ଲକ୍ଷ ଆଲୋକ ବର୍ଷ ଦୂରରେ ଅବସ୍ଥିତ ।

ହବଲ ଏହି ନୂତନ ଗ୍ୟାଲେକ୍ସିକୁ ଏକ ‘ଷ୍ଟାର ଫ୍ୟାକ୍ଟ୍ରି’ ବୋଲି ଆଖ୍ୟା ଦେଇଛି । ଏହି ଗ୍ୟାଲେକ୍ସି ମହାକାଶରେ କୋଟି କୋଟି ‘ଷ୍ଟାର କ୍ଲଷ୍ଟର’ ତିଆରି କରୁଛି । ଏହି ଗ୍ୟାଲେକ୍ସିର ନାଁ ହେଉଛି NGC 1569 ।


ଏକ ସୁନ୍ଦର ଏବଂ ଚମତ୍କାର ଫଟୋ ଶେୟାର କରି ନାସା ଲେଖିଛିଯେ, “A glittering galaxy! ଆଉ ଏହି ଗ୍ୟାଲେକ୍ସି ହେଉଛି ତାରକା କାରଖାନା । ଯେଉଁଠି ଗଢ଼ି ହେଉଛି ଚମକୁଥିବା ନୀଳ ରଙ୍ଗର ତାରା । ତେବେ ପ୍ରାୟ ୨୫ ମିଲିୟନ ବର୍ଷ ପୂର୍ବେ  ଏହି ଗ୍ୟାଲେକ୍ସିର ତାରକା ଗୁଡ଼ିକର ଆବିର୍ଭାବ ହୋଇଥିଲା । ଏହି ସମୟରେ ନୂଆ ନୂଆ ମାନବ ଜନ୍ମ ହୋଇଥିଲା ।

ସୂଚନାଯୋଗ୍ୟ ହବଲର ସୋସିଅଲ ମିଡିଆ ଆକାଉଣ୍ଟରେ ପ୍ରାୟ ୭.୬ ମିଲିଅନ ଫଲୋର୍ସ ଅଛନ୍ତି । ଏହି ଟେଲିସ୍କୋପ୍‌ ଅଧିକାଂଶ ସମୟର ଫଟୋ ମାଧ୍ୟମରେ ମହାକାଶର ଖବର ଦେଇଥାଏ । ଏହାଦ୍ୱାରା ପୃଥିବୀ ବାହାର ବିଷୟରେ ଜାଣିବାକୁ ମିଳେ ।