ନାଜାଲ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଳିନିକାଲ ଟ୍ରାଏଲକୁ ଅନୁମତି

1 min read

ନୂଆଦିଲ୍ଲୀ: ନାଜାଲ ଟିକାକୁ ଅନୁମତି । ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନେଇ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆ) । ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ୍‌(ବିଆଇଆର୍‌ଏସି) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରୋନା ପ୍ରତିରୋଧୀ ନାଜାଲ ଟିକା ‘ବିବିଭି୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ମିଳିଛି ।

ଏହି ଟିକା ନେବା ପରେ ଶରୀରରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଉନଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ୧୮-୬୦ ବର୍ଷ ବ୍ୟକ୍ତିଙ୍କ ଠାରେ ଏହାର ପରୀକ୍ଷା କରାଯାଇଥିଲା । ତେଣୁ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ  ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ଦେଇଛନ୍ତି । ପଶୁଙ୍କ ଠାରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଅଧିକ ପରିମାଣର ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ଅପରପକ୍ଷରେ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ୱରୁପ କହିଛନ୍ତି ଯେ, ଆମେ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଭ୍ୟାକ୍ସିନ ବିକଶିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଗତ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଭ୍ୟାକ୍ସିନ୍ ଡ୍ରାଇଭରେ ଏଯାବତ୍ ୫୨ କୋଟ ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଛି ।

ଏଥିସହିତ ପଢ଼ନ୍ତୁ: ମହାରାଷ୍ଟ୍ରରେ ନାହିଁ ପାର୍କିଂ ପାଇଁ ଜାଗା: ‘ଗୋଟିଏ ଫ୍ଳାଟ୍‌ରେ ଥିବା ପରିବାରଙ୍କୁ ୪-୫ଟି କାରର ମାଲିକାନ ଦିଆନଯାଉ’

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.