ରୋମାନ୍ସ କରିବାକୁ ରକେଟ୍‌ରେ ଯିବେ, ରୁମ୍‌ ଭଡା ୩ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ପ୍ରେମ ଏକ ଏଭଳି ଅନୁଭବ, ଯେଉଁଥିରେ ବୁଡି ରହିଲେ ଦିନରାତି କିଛି ଜଣା ପଡେ ନାହିଁ  । ଯଦି ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି ତେବେ ଆଉ ଚିନ୍ତା କଣ ? ଦୁନିଆର କୌଣସି ଜାଗା ହେଉ କି କେମିତି ପରିସ୍ଥିତି ହେଉ ପ୍ରେମ କରିବା ପାଇଁ କେବଳ ଏକାନ୍ତ ହିଁ ଜରୁରୀ  । ବେଳେବେଳେ ଏହି ପ୍ରେମର ଅନୁଭବ ନେବା ପାଇଁ ଲଭବାର୍ଡସଙ୍କୁ ସ୍ପେଶାଲ ଯୋଜନା ବି କରିବାକୁ ପଡେ  । ପାର୍ଟନରକୁ ସ୍ପେଶାଲ ଅନୁଭବ କରାଇବା ପାଇଁ ଅନେକ ସରପ୍ରାଇଜ ପ୍ଲାନ୍‌‌ ବି କରିଥାନ୍ତି । ଯଦି ଆପଣ ରିଲେସନସିପ୍‌ରେ ଅଛନ୍ତି ଆଉ ପାର୍ଟନରଙ୍କୁ ସେମିତି କିଛି ସରପ୍ରାଇଜ ଦେବାକୁ ଚାହୁଁଛନ୍ତି ନାସା ଆପଣଙ୍କ ପାଇଁ ଆଣିଛି ଖୁସି ଖବର  ।

 

ଆଜ୍ଞା ହଁ ପାର୍ଟନର ସହ ମହାକାଶରେ ଆପଣ ବିତାଇ ପାରିବେ ସମୟ  । ମହାକାଶରେ ଏକାନ୍ତ ସମୟ ବିତାଇବାକୁ ବ୍ୟବସ୍ଥା କରିଛି ନାସା  । ଯେମିତି ଚାହିଁବେ ଆପଣ ପାର୍ଟନର ସହ ସେମିତି ସମ୍ପର୍କ ମହାକାଶରେ ରଖିପାରିବେ  । ଖୁବଶୀଘ୍ର ଏଥିପାଇଁ ବୁକିଂ ଆରମ୍ଭ ହେବାକୁ ଯାଉଛି  । ଏଣିକି ଆପଣ ପାର୍ଟନର ସହ ମହାକାଶରେ ରୋମାନ୍ସ କରିପାରିବେ  । ପ୍ରଥମ ଥର ମହାକାଶରେ ସମ୍ଭୋଗର ସୁଯୋଗ ଦେଉଛି ନାସା  । ଏଥିପାଇଁ ଆପଣଙ୍କୁ ବେଶୀ ସମୟ ଅପେକ୍ଷା କରିବାକୁ ଆଉ ପଡିବନି  । ଚଳିତ ବର୍ଷ ଶେଷ ସୁଦ୍ଧା ପାର୍ଟନର ସହ ଆପଣ ନାସାରେ ରୋମାନ୍ସ କରିପାରିବେ  ।  ଏହାର ନାମ ରଖାଯାଇଛି ୬୮ ମାଇଲ ହାଇ କ୍ଲବ  । ସ୍ପେସ ଟୁରିଷ୍ଟଙ୍କୁ ଏଥିପାଇଁ ମିଳିବ ସୁଯୋଗ  ।

 

ପୂର୍ବରୁ ମହାକାଶକୁ ଯିବା ପାଇଁ ନିର୍ଦ୍ଧାରିତ ସମୟର ବ୍ୟବହାର କରାଯାଉଥିଲା  । ଯେଉଁଥିପାଇଁ ପ୍ରତିଟି କାମ ପାଇଁ ପୂର୍ବରୁ ଯୋଜନା କରାଯାଉଥିଲା  । କିନ୍ତୁ ଏବେ ସ୍ପେସ ଟୁରିଷ୍ଟଙ୍କ ପାଇଁ କୌଣସି ନିୟମ ରହିବ ନାହିଁ  । ଯଦି ଆପଣ ନାସାରେ ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କୁ ଜଣଙ୍କ ପିଛା କେବଳ ୩ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ  ।