ଅନ୍ତରୀକ୍ଷରୁ ଫେରୁଛନ୍ତି ମହାକାଶଚାରୀ: ସମୁଦ୍ରରେ କରିବେ ଅବତରଣ
1 min readଫ୍ଳୋରିଡା: ସ୍ପେସ୍ ଏକ୍ସ (Space X) ଏବଂ ନାସା(NASA)ର ଦୁଇ ମହାକାଶଚାରୀ ଆଜି ପୃଥିବୀକୁ ଫେରୁଛନ୍ତି । ମହାକାଶଚାରୀ ରବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲି ସ୍ପେସ୍ ଷ୍ଟେସନ୍ ଛାଡି ପୃଥିବୀ ଆଡକୁ ମୁହାଁଇଛନ୍ତି । ସ୍ପେସ୍ ଏକ୍ସ ଏବଂ ନାସା ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହାକାଶଚାରୀଙ୍କୁ ସିଧାସଳଖ ସମୁଦ୍ରରେ ଅବତରଣ କରିବାକୁ ଯାଉଛନ୍ତି |ସ୍ପେସ୍ ଏଜେନ୍ସି ନାସା ଟ୍ୱିଟ୍ କରି କହିଛି ଯେ, ସ୍ପେସ୍ ଏକ୍ସ ଡ୍ରାଗନ୍ ଏଣ୍ଡେଭର୍ ସ୍ପେସ୍ ଛାଡି ପୃଥିବୀକୁ ଆସୁଛି । ଆହୁରି ମଧ୍ୟ, ନାସା ପୁନର୍ବାର ଟ୍ୱିଟ୍ କରି କହିଛି ଯେ, ଡ୍ରାଗନ୍ ଏଣ୍ଡେଭେଭର୍ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ଚାରିପାଖରେ ଥିବା ଆପ୍ରୋଚ ଏପିଲସାଇଡର ପରଧି ମଧ୍ୟରୁ ବାହାରି ଆସି ଏକ ସୁରକ୍ଷିତ ସ୍ଥାନରେ ଅଛି । ଏଥିସହିତ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ନାସା ଲେଖିଛି, ସ୍ପେସ୍ ଏକ୍ସ ଡ୍ରାଗନ୍ ଏଣ୍ଡେଭର୍ କ୍ରମାଗତ ଭାବରେ ତଳକୁ ଗତି କରୁଛି ଏବଂ ସ୍ପେସ୍ ଷ୍ଟେସନର କକ୍ଷପଥ ଆଗରେ ଅଛି ।
Confirmed: the @SpaceX Dragon Endeavour has exited the “approach ellipsoid” around the @Space_Station and is on a safe trajectory. pic.twitter.com/DKqPDZIMCV
— NASA (@NASA) August 2, 2020
ଫ୍ଲୋରିଡା ଆଡ଼କୁ ଗତି କରୁଥିବା ସାଇକ୍ଲୋନ୍ ଇସିଆସ୍
ଶନିବାର ସକାଳେ ବାହାମାସରେ ସାଇକ୍ଲୋନିକ୍ ଇସିଆସ୍ ହଇଚଇ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ ଫ୍ଲୋରିଡା ଆଡ଼କୁ ଗତି କରିଛି। ଘୂର୍ଣ୍ଣିବଳୟ ଯୋଗୁଁ ମହାକାଶଚାରୀମାନେ ଅବତରଣ କରିବାରେ କିଛି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଫ୍ଲୋରିଡାର ପୂର୍ବ ଉପକୂଳରେ ହିଟ୍ କରିବାର ଆଶଙ୍କା କରାଯାଉଛି ।
Departure burn #2 is confirmed, moving the @SpaceX Dragon Endeavour below and in front of the @Space_Station's orbit as our #LaunchAmerica crew continue their journey home to Earth. pic.twitter.com/04SqgXRP22
— NASA (@NASA) August 2, 2020
2011 ପରଠାରୁ ଆମେରିକାର ପ୍ରଥମ ମହାକାଶ ମିଶନ
୨୦୧୧ ପରେ ପ୍ରଥମ ଥର ପାଇଁ ଆମେରିକାର ମାନବ ମିଶନ ମହାକାଶକୁ ଯାଇଛି । ନାସା ମେ’ ୩୦ ରେ କେନେଡି ସ୍ପେସ୍ ସେଣ୍ଟରରୁ ଏହି ମିଶନ ଛାଡିଥିଲେ। ମହାକାଶଚାରୀମାନେ ମେ’ ୩୧ ତାରିଖରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଅଛନ୍ତି । ଏହି ସମୟ ମଧ୍ୟରେ, ମହାକାଶରେ ଚାଲିବା ବ୍ୟତୀତ ସେ ଅନେକ ପରୀକ୍ଷଣ ମଧ୍ୟ କରିଛନ୍ତି ।