ହାତ ନା ମୁହଁ ?

1 min read

ଫ୍ଲୋରିଡା: ଅନ୍ତରୀକ୍ଷରୁ ନିଆ ଯାଇଥିବା ଫଟୋ ଅତ୍ୟନ୍ତ ସୁନ୍ଦର ହୋଇଥାଏ । କିନ୍ତୁ ଏବେ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଗୋଟିଏ ଫଟୋ ସୋସିଆଲ ମିଡିଆରେ ସେୟାର କରି ଏମିତି କିଛି ପଚାରିଛି ଯାହା ଭାଇରାଲ ହେବାରେ ଲାଗିଛି । ଏକ ନ୍ୟୁଟ୍ରନ୍ ତାରାର ଚିତ୍ରକୁ ସେୟାର କରି ଏଜେନ୍ସି ଲୋକଙ୍କୁ ପଚାରିଛି ଯେ, ଫଟୋରେ ସେମାନେ କ’ଣ ଦେଖୁଛନ୍ତି ? ହାତ ନା ମୁହଁ ? ନାସାର ଏହି ଫଟୋ ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ଲୋକଙ୍କ ମନ ଓ ମସ୍ତିଷ୍କକୁ ନିଜ କବଜାକୁ ନେଇଛି ।

 

View this post on Instagram

 

A post shared by NASA (@nasa)

ଏହି ଚିତ୍ରକୁ ନାସାର ଚନ୍ଦ୍ର ଏକ୍ସରେ ପର୍ଯ୍ୟବେକ୍ଷଣ କେନ୍ଦ୍ର ଶେୟାର କରିଛି ,ଯେଉଁଥିରେ ପିଏସଆର ବି ୧୫୦୯-୫୮ ନାମକ ନ୍ୟୁଟ୍ରନ୍ ତାରାକୁ ଦେଖାଯାଇଛି । ଏହା ଆଖପାଖରେ ଶକ୍ତି ପାର୍ଟିକଲ ରହିଛି । ଏହି ଚିତ୍ରକୁ ସର୍ବପ୍ରଥମେ ୨୦୦୯ରେ ରିଲିଜ୍ କରାଯାଇଥିଲା । ସେତେବେଳେ ବି ଏହି ଫଟୋକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଏକ୍ସରେ ବିଛୁରଣ ପାଇଁ ଏହା ଲୋକଙ୍କୁ ହାତ ଭଳି ଲାଗିଥିଲା ।ନାସା ନିଜ ପୋଷ୍ଟରେ ଲେଖିଛି ଯେ, ଲୋକ ଗୋଟିଏ ଚିତ୍ରରେ ଜଣାଶୁଣା ଆକୃତି ଖୋଜି ନିଅନ୍ତି ।

ନାସା ଚିତ୍ର ବାବଦରେ ବିସ୍ତୃତ ବିବରଣୀ ଦେଇ କହିଛି ଯେ, ଚନ୍ଦ୍ରରୁ ସୁନେଲି ରଙ୍ଗର ଏକ୍ସରେ ଦେଖାଯାଉଛି ଓ ନାସର ୱାଇଡ୍ ଫିଲ୍ଡ ଇନଫ୍ରା ରେଡ୍ ସର୍ଭେ ଏକ୍ସପ୍ଲୋର ଟେଲିସ୍କୋପରୁ ଇନଫ୍ରାରେଡ୍ ଡାଟା ଲାଲ,ଶାଗୁଆ ଓ ନିଳ ରଙ୍ଗ ବାହାରୁଛି । ନାସା ଅନୁସାରେ ଲୋକଙ୍କୁ ଏଥିରେ ଚେହେରା ଆକୃତି ଦେଖିବାକୁ ମିଳୁଛି ।

Leave a Reply