ନାସାର ବଡ଼ ସଫଳତା, ମିଳିପାରେ ବ୍ରହ୍ମାଣ୍ଡର ରହସ୍ୟ

1 min read

ୱାଶିଂଟନ୍: ଆମେରିକା ସ୍ପେସ ଏଜେନ୍ସିର ସ୍ପେସକ୍ରାଫ୍ଟ (ମହାକାଶଯାନ) ମହାକାଶରେ ଏକ ଐତିହାସିକ ସଫଳତା ପାଇଛି । ବଡ଼ ବଡ଼ କୋଠା ଭଳି ଚଟାଣ ଥିବା ଆଷ୍ଟ୍ରୋଏଡ ବେନୁ ମଧ୍ୟରେ Osiris-Rex ସ୍ପେସକ୍ରାଫ୍ଟ ଅବତରଣ କରିଛି । ଏହାସହ ଆଷ୍ଟ୍ରୋଏଡରୁ ନମୂନା ନେବାରେ ଜାପାନ ପରେ ଆମେରିକା ଦ୍ୱିତୀୟ ଦେଶ ହୋଇଛି । ଏବେ ଆସନ୍ତା ସପ୍ତାହରେ ଜଣାପଡ଼ିବ ଯେ, ବେନୁକୁ ଛୁଇଁବା ପରେ Osiris-Rex କେତେ ନମୂନା ସଂଗ୍ରହ କରିବାରେ ସକ୍ଷମ ହେଉଛି । ଏହାପରେ ଆଉ ଏକ ଅବତରଣର ଆବଶ୍ୟକତା ଅଛି କି ନାହିଁ ତାହା ସ୍ପଷ୍ଟ ହେବ ।

ୟୁନିଭର୍ସିଟି ଅଫ୍ ଐରିଜୋନାର ମୁଖ୍ୟ ବୈଜ୍ଞାନିକ ଡାଣ୍ଟେ ଲାରେଟା ଏହି ସଫଳତାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏହି ମିଶନ ପୂରା ହୋଇଥିବା ଖବରକୁ ସେ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି । ସେହି ସ୍ପେସକ୍ରାଫ୍ଟ ସେ ସମସ୍ତ ଜିନିଷ କରିଛି ଯାହା ତାକୁ କରିବାର ଥିଲା । ଓସିରିସ୍ ରେକ୍ସସ, ବେନୁ ଉପରେ ଅବତରଣର ନିଷ୍ପତ୍ତି ୨୦ କୋଟି ମାଇଲ ଦୂରରୁ କରିଥିଲା ଯାହାର ସଫଳତା ପରେ ଏହି ମିଶନରେ ସାମିଲ ଥିବା ସମସ୍ତ କର୍ମଚାରୀ ନିଜର ଖୁସି ବ୍ୟକ୍ତ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଓସିରିସ ରେକ୍ସ, ନମୂନା ନେଇ ୨୦୨୩ରେ ଫେରିବ । ଓସିରିସ ରେକ୍ସକୁ ପୂର୍ବରୁ ହିଁ ଗ୍ରାଉଣ୍ଡ କଣ୍ଟ୍ରୋଲ ନିର୍ଦ୍ଦେଶ ଦେଇଥିଲା । ଏହି  ନିର୍ଦ୍ଦେଶ ଦ୍ୱାରା ସ୍ପେସକ୍ରାଫ୍ଟ ସାଢେ ପାଞ୍ଚ ଘଣ୍ଟାରେ ବେନୁର ପୃଷ୍ଠ ଭୂମିରେ ପହଞ୍ଚିଥିଲା । ଏବଂ ଏହାକୁ ରୋକିବା ପାଇଁ ୫୧୦ ମିଟରର ବେନୁରେ ପର୍ଯ୍ୟାପ୍ତ ଗୁରୁତ୍ୱାକର୍ଷଣ ନଥିଲା । ତେଣୁ ସ୍ପେସକ୍ରାଫ୍ଟ ଓସିରିସ ରେକ୍ସ ସଂପୂର୍ଣ୍ଣ ଅବତରଣ କରିବା ପରିବର୍ତ୍ତେ ୩.୪ ମିଟର ରୋବଟ୍ ବାହୁକୁ ଭୂପୃଷ୍ଠକୁ ଆଣି ଅତି କମରେ ୬୦ ଗ୍ରାମ ନମୂନା ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା ।

ଦୁଇ ବର୍ଷ ହେବ ପରିକ୍ରମା କରୁଥିଲା ସ୍ପେସକ୍ରାଫ୍ଟ

ଓସିରିସ ରେକ୍ସ ଦୀର୍ଘ ୨ ବର୍ଷ ହେବ ବେନୁର ପରିକ୍ରମା କରୁଛି ଏବଂ ସ୍ପେସ ରେକ୍ସର ଗତିବିଧି ଉପରେ ନଜର ରଖିଛି । ଏଠାରେ ନମୂନା ସଂଗ୍ରହ ଅପେକ୍ଷା ନାଇଟିଙ୍ଗଲେ କ୍ରାଟର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ମାସ ମାସ ଧରି ଧୂଳି ଓ ପଥର ପଡ଼ି ରହିଛି ଯାହାକି ଦୀର୍ଘ ସମୟ ଧରି ଆଖପାଖ ପରିବେଶ ସହିତ ସଂସ୍ପର୍ଶରେ ଆସିନାହାଁନ୍ତି ।

ଏମିତି ସଂଗ୍ରହ କରାଯିବ ନମୂନା

ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ କିଛି ସେକେଣ୍ଡରେ ଓସିରିସର ଅଂଶ ସ୍ପେସ ବାହୁ ଭୂପୃଷ୍ଠକୁ ଛୁଇଁବା ପରେ କ୍ରେଟରର ଧୂଳି ନାଇଟ୍ରୋଜେନ ଗ୍ୟାସର ବିସ୍ଫୋରଣରେ ଉଡ଼ିବ ଏବଂ ନମୂନା ସଂଗ୍ରହକାରୀ ପାର୍ଟରେ ସଂଗ୍ରହ ହେବ । ବୈଜ୍ଞାମନିକଙ୍କୁ ଅତି କମରେ ୬୦ଗ୍ରାମର ନମୂନା ଦରକାର । ଯଦି ସେଠାରେ ଏତେ ପରିମାଣ ଧୂଳିକଣା ନ ମିଳେ ତେବେ ଆଗକୁ କଣ କରାଯିବ ତାର ନିଷ୍ପତ୍ତି ୩୦ ଅକ୍ଟୋବରରେ ନିଆଯିବ । ଦ୍ୱିତୀୟ ଯୋଜନା ହେଉଛି ଓସ୍ପ୍ରେ ଯାହାକୁ ୨୦୨୧ ପରେ କାର୍ଯ୍ୟକାରୀ କରାଯାଇପାରେ ।

ପୃଥିବାରେ ଜୀବସତ୍ତାର ଆରମ୍ଭ କେମିତି ହୋଇଥିଲା ?

ଏଠାରୁ ଅଣାଯାଇଥିବା ନମୂନା ସାହାଯ୍ୟରେ ବୈଜ୍ଞାନିକମାନେ ସୋଲାର ସିଷ୍ଟମର ପ୍ରାରମ୍ଭ ବିଷୟରେ ଅଧୟନ କରିବେ । ପୃଥିବୀରେ ଜୀବସତ୍ତାର ଆରମ୍ଭ କିପରି ହେଲା ଏହାର ରହସ୍ୟ ମଧ୍ୟ ଏହି ନମୂନା ଖୋଲିବାରେ ସକ୍ଷମ ହେବ । ସୂଚନା ଅନୁସାରେ କେତେକ ବିଶେଷଜ୍ଞଙ୍କ ଅନୁଯାୟୀ, ପୃଥିବୀ ସହ ଆଷ୍ଟ୍ରୋଏଡ ଧକ୍କା ହେବା ଫଳରେ ଜୀବସତ୍ତାର ଆରମ୍ଭ ହୋଇଥିଲା । ନାସାର ଅଧିକାରୀ ଆଷ୍ଟ୍ରୋଏଡକୁ ଟାଇମ କ୍ୟାପସୁଲ କୁହନ୍ତି ଯାହା ଗ୍ରହଠାରୁ ବାହାରିଥିବା ସାମଗ୍ରୀରୁ ତିଆରି ।

Leave a Reply