ନାସାର କାର୍ଯ୍ୟନିର୍ବାହୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟାଲାଲ


ନୂଆଦିଲ୍ଲୀ: ଭାରତୀୟ ବଂଶୋଭବଙ୍କୁ ଆମେରିକାର ଗୁରୁ ଦାୟିତ୍ୱ । ଭାରତୀୟ ବଂଶୋଭବଙ୍କୁ ଦିଆଯାଇଛି ନାସାର ଦାୟିତ୍ବ । ଆମେରିକା ସ୍ପେସ୍ ଏଜେନ୍ସିର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଭବ ଭବ୍ୟାଲାଲ୍ । ଭବ୍ୟାଲାଲଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରିଛି ହ୍ବାଇଟ୍ ହାଉସ୍ ।

ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ । ସେ ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ଆମେରିକାରେ ରିସର୍ଚ ଷ୍ଟାଫ୍ ଭାବେ କାର୍ଯ୍ୟ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଆନାଲିସିସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଲିସି ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ଭବ୍ୟାଲାଲ ।
ନାସା ପାଇଁ ସ୍ପେସ୍ ଟେକ୍ନୋଲୋଜି, ରଣନୀତିର ନେତୃତ୍ୱ ମଧ୍ୟ ନେଇଛନ୍ତି । ବିଡେନଙ୍କ ସ୍ଥାନାନ୍ତରଣ ଏଜେନ୍ସି ସମୀକ୍ଷା ଟିମରେ ମଧ୍ୟ ଭବ୍ୟାଲାଲ୍ ସ୍ଥାନ ପାଇଛନ୍ତି । ନାସା, ପ୍ରତିରକ୍ଷା ବିଭାଗ ଗୁପ୍ତଚର , ଓ ଫେଡେରାଲ୍ ସ୍ପେସ୍ ଆଧାରିତ ସଂଗଠନଗୁଡିକୁ ମଧ୍ୟ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ ।

Leave a Reply