ମଙ୍ଗଳ ଗ୍ରହରେ ରହସ୍ୟମୟ ଦ୍ୱାର, ରହୁଛନ୍ତି କି ଏଲିୟନ୍ସ ?

1 min read
NASA Discovers Mysterious Doorway On Mars Aliens Home

ୱାଶିଂଟନ୍: ମଙ୍ଗଳକୁ କବାଟ । ଏଇ କବାଟ ପଛପଟେ ରହୁଛନ୍ତି ଏଲିୟନ୍ସ । ନାସାକୁ ମିଳିଲା ମଙ୍ଗଳ ଗ୍ରହକୁ ରାସ୍ତା । ସୋସିଆଲ୍ ମିଡିଆରେ ଏବେ ଢେର୍ ଚର୍ଚ୍ଚା । ମଙ୍ଗଳ ଗ୍ରହରେ ରହୁଛନ୍ତି ଏଲିୟନ୍ସ । ଲଗାଇଛନ୍ତି କବାଟ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ପୃଷ୍ଠରେ ଏକ କବାଟ ଠାବ କରିଛି । ନାସାର କ୍ୟୁରୋସିଟି ରୋଭର ପଠାଇଥିବା ଫଟୋରେ ଏକ କବାଟ ଆକୃତି ଦେଖା ଯାଉଛି । ଯାହାକୁ ଲୋକେ କହୁଛନ୍ତି ଏଲିୟନ୍ସଙ୍କ ଦ୍ୱାର । ତେବେ ମଙ୍ଗଳ ପୃଷ୍ଠରେ କବାଟ ଭଳି ଦୃଶ୍ୟମାନ ଏ ଫଟୋଟି ସତ ହୋଇଥିଲେ ମଧ୍ୟ ଏହା କବାଟ କି ନୁହେଁ ଜଣାପଡ଼ିନାହିଁ ।

NASA Discovers Mysterious Doorway On Mars Aliens Home

କୁହାଯାଉଛି ଏହି ରାସ୍ତା ଅନ୍ୟ ଏକ ଦୁନିଆକୁ ଯାଇଛି । ଯେଉଁ ଦୁନିଆରେ ରହୁଛନ୍ତି ରହସ୍ୟମୟ ଏଲିୟନ୍ସ । ଏବେ ଏହି ଫଟୋ ଇଣ୍ଟରନେଟ ସେନସସ୍ ପାଲଟିଛି । ମଙ୍ଗଳର ରହସ୍ୟମୟ କବାଟକୁ ନେଇ ଅନେକ ଦାବି କରାଯାଉଥିଲେ ବି କୌଣସି ଦାବି ପ୍ରମାଣିତ ହୋଇ ନାହିଁ । ରୋଭର ଦେଇଥିବା ଛବିକୁ କିଛି ଲୋକ ମଙ୍ଗଳ ପୃଷ୍ଠରେ ସୃଷ୍ଟି ହୋଇଥିବା ଫାଟ କହୁଛନ୍ତି । କାରଣ ମଙ୍ଗଳ ଗ୍ରହରେ ବାରମ୍ବାର ଭୂମିକମ୍ପ ହେଉଥିବା ବେଳେ ଚଳିତ ମାସ ୪ ତାରିଖରେ ସେଠାରେ ସବୁଠୁ ବଡ଼ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ଫଳରେ ମଙ୍ଗଳ ଗ୍ରହରେ ଏଭଳି ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ତେବେ ନାସା ଅନୁସାରେ, ଫଟୋରେ ମଙ୍ଗଳ ଗ୍ରହର କବାଟଟି ବଡ଼ ଆକାରର ଦେଖା ଯାଉଥିଲେ ମଧ୍ୟ ଏହା ବହୁତ ଛୋଟ । ଏହି ରହସ୍ୟମୟ କବାଟ ବାସ୍ତବରେ କିଛି ସେଣ୍ଟିମିଟର ଅବା ଇଞ୍ଚର ହୋଇଥିବା ନାସା କହିଛି । ତେବେ ପ୍ରକୃତ ସତ ଜାଣିବା ପାଇଁ ଆହୁରି ରିସର୍ଚ୍ଚ ଆବଶ୍ୟକ ବୋଲି କହିଛି ନାସା ।

NASA Discovers Mysterious Doorway On Mars Aliens Home

ତେବେ କବାଟ ଆକୃତିର ଏହି ଜିନିଷ କ’ଣ ? କିଭଳି ସୃଷ୍ଟି ହେଲା ତାର ଅନୁସନ୍ଧାନ ଚାଲିଛି । ମଙ୍ଗଳର ରହସ୍ୟମୟ କବାଟକୁ ନାସାର ରୋଭର ମଷ୍ଟ କ୍ୟାମେରା କ୍ୟାପଚର୍ କରିଛି । କବାଟ ତୁଳନାରେ ଭୂ-ପୃଷ୍ଠ ବହୁତ ବଡ଼ ଦେଖା ଯାଉଛି । ଏହା ପୂର୍ବରୁ ଚୀନର ଜୁରୋଙ୍ଗ ରୋଭର ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ କରିଥିଲା । ଏବେ ପୁଣି ରହସ୍ୟମୟ କବାଟ ମଙ୍ଗଳ ଗ୍ରହକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି ।