ଆହୁରି ବିଳମ୍ବ ହେବ ସୁନୀତା ଓ୍ବିଲିୟମଙ୍କ ଫେରିବା, ଜୀବନ ପ୍ରତି ଘନାଉଛି ବିପଦ
1 min readନୂଆଦିଲ୍ଲୀ: କେବେ ଫେରିବେ ସୁନୀତା ଓ୍ବିଲିୟମ ? ନିରାପଦରେ ପୃଥିବୀକୁ ଫେରିବେ ତ ? ଏମିତି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ତାଙ୍କୁ ନେଇ ଆସିଛି ଚିନ୍ତା ବଢ଼ାଇବା ପରି ଖବର ଆସିଛି । ଆସନ୍ତା ଫେବୃଆରୀରେ ସେ ପୃଥିବୀକୁ ଫେରିବା ନେଇ ଶୁଣା ଯାଉଥିବା ବେଳେ ଏବେ ସେଥିରେ ଦେଖାଦେଇଛି ଅନିଶ୍ଚିତତା । ତାଙ୍କର ପ୍ରତ୍ୟାବର୍ତ୍ତନରେ ଆହୁରି ବିଳମ୍ବ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ମହାକାଶଚାରୀଙ୍କୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ଏହି ଅବଧି ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ବି ବଢିପାରେ ବୋଲି ନାସା କହିଛି । । ସୁନୀତାଙ୍କୁ ଫେରାଇ ଆଣିବା ଲାଗି ଏଲନ ମକ୍ସଙ୍କ କମ୍ପାନୀ ସ୍ବେସ ଏକ୍ସ ଏକ ନୂଆ ପ୍ରୟାସ କରୁଛି, ଯାହା ସମୟ ସାପେକ୍ଷ । ଏହାର କାମ ମାର୍ଚ୍ଚ ଅନ୍ତିମ ପର୍ଯ୍ୟାୟରେ ଶେଷ ହେବ । ତେଣୁ ସୁନୀତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।
ନାସା ଓ ବୋଇଂର ମିଳିତ କ୍ରୁ ଫ୍ଲାଇଟ ଟେଷ୍ଟ ମିଶନର ଏକ ଅଂଶ ସୁନୀତା ଓ୍ବିଲିୟମ । ନାସା ୨୦୨୨ ମସିହା ଜୁଲାଇରେ ଏକ ମିଶନ ଆରମ୍ଭ କରିଥିଲା, ଯାହା କରୋନା ପାଇଁ ସ୍ଥଗିତ ରଖା ଯାଇଥିଲା । ମଣିଷକୁ ନେଇ ମହାକାଶ ଯିବା ଓ ସଫଳତାର ସହ ଫେରାଇ ଆଣିବା ପାଇଁ ଆମେରିକା ଲକ୍ଷ୍ୟ ରଖିଥିଲା । ଏହି ମିଶନରେ ସୁନୀତା ପାଇଲଟ ରୂପରେ ସାମିଲ ହୋଇଥିଲେ । ୧୦ ଦିନ ପାଇଁ ମହାକାଶ ଯାଇଥିବା ସୁନୀତା ସେଠାରେ ୧୦ ମାସ ହେବ ଅଟକି ରହିଛନ୍ତି ।
କଛିଦିନ ତଳେ ସୁନୀତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଯେଉଁଥିରେ ସେ ବହୁତ ଦୁର୍ବଳ ଦେଖା ଯାଉଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟୁଥିବା ବେଳେ ଓଜନ ବି କମିବାରେ ଲାଗିଛି । ଏମିତି ସ୍ଥିତିରେ ତାଙ୍କୁ ଫେରାଇ ଆଣିବାରେ ବିଳମ୍ବ ନେଇ ନାଶାର ନିଷ୍ପତ୍ତି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ମହାକାଶ ଯାନରେ ଯାନ୍ତ୍ରିକ ତୃଟି କାରଣରୁ ସେ ପୃଥିବୀ ଫେରି ନପାରି ମହାକାଶରେ ଅଟକି ରହିଛନ୍ତି ।
ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ମିଶନ କ୍ରୁ-୯ । ସୁନୀତାଙ୍କୁ ଫେରାଇ ଆଣିବା ପାଇଁ ସ୍ପେସ୍ ଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲକୁ ବାଛିଛି NASA । ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି କ୍ରୁ -୯ । ଯାହାର ଭିଡିଓ ସେୟାର କରିଛି ନାସା । ସ୍ପେସ ଏକ୍ସର ଡ୍ରାଗନ କ୍ରୁ ISS ରେ ସଫଳତାର ସହ ପହଁଞ୍ଚି ସାରିଥିଲେ ମଧ୍ୟ ଏବେ ଫେରିବେନି ସୁନୀତା । ଉଭୟ ଆସନ୍ତା ବର୍ଷ ଫେରିବା ନେଇ ସୂଚନା ମିଳିଛି । ଉଭୟଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ ଖାଲି ମଧ୍ୟ ରଖା ଯାଇଛି । ତେବେ ଦେଖିବାକୁ ବାକି ରହିଲା କେବେ ଫେରିବେ ସୁନୀତା ।