ଆଜି ମହାକାଶରେ ଜନ୍ମଦିନ ପାଳିବେ ସୁନୀତା ଓ୍ବିଲିୟମ୍ସ

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ମହାକାଶରେ ଜନ୍ମଦିନ ପାଳିବେ ସୁନୀତା ଓ୍ବିଲିୟମ୍ସ। ଆଜି ତାଙ୍କର ଜନ୍ମଦିନ ହୋଇଥିବାବେଳେ ସେ ଏବେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ରହିଛନ୍ତି । ମହାକାଶରେ ଏହା ହେବ ତାଙ୍କର ଦ୍ଵିତୀୟ ଜନ୍ମଦିନ । ବେରି ଓ୍ବିଲମୋରଙ୍କ ସହ ଆଇଏସଏସକୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁନୀତା ମହାକାଶରେ ମୋଟ ୩ ଶହରୁ ଅଧିକ ଦିନ ବିତାଇ ସାରିଲେଣି। ଆସନ୍ତା ଫେବୃଆରୀ ମାସରେ କ୍ରୁ-9 ମିଶନ ଜରିଆରେ ସେମାନଙ୍କୁ ସ୍ପେସ ଏକ୍ସର ସ୍ସେସ ସିପ ସାହାଯ୍ୟରେ ପୃଥିବୀକୁ ଅଣାଯିବା ନେଇ ଘୋଷଣା କରିଛି ନାସା । ଏଥିପାଇଁ ନାସାର ଦୁଇ ମହାକାଶଚାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ସେପ୍ଟେମ୍ବର ୨୬ରେ ସ୍ପେସ-ଏକ୍ସ ସହାୟତାରେ କ୍ରୁ -9 ମିଶନ ଆରମ୍ଭ ହେବ । ନାସାର ଦୁଇ ଜଣ ମହାକାଶଚାରୀଙ୍କୁ ଫାଲକନ-9 ରକେଟ ସାହାଯ୍ୟରେ ଅନ୍ତରୀକ୍ଷ ମହାକାଶ ଷ୍ଟେସନକୁ ପଠାଯିବ । ଉଡ଼ାଣର ପ୍ରାୟ ୬ ଘଣ୍ଟା ପରେ ଉଭୟ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିବେ। ଆସନ୍ତା ଫେବୃଆରୀ ମାସରେ କ୍ରୁ-9 ମିଶନ ଅଧୀନରେ ଡ୍ରାଗନ ଅନ୍ତରୀକ୍ଷ ଯାନ ଜରିଆରେ ମହାକାଶଚାରୀ ପୃଥିବୀକୁ ଫେରିବେ ବୋଲି ଯୋଜନା ରହିଛି।