ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ନରେଶ ମହାନ୍ତି

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିକୁ ଫେରିଲେ ଯାଜପୁର ଜିଲ୍ଲା ରସୁଲପୁରର ନରେଶ ମହାନ୍ତି । ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନରେଶଙ୍କ ସହ ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରୋ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବାବେଳେ ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପୁଣିଥରେ ଘର ବାହୁଡ଼ା କରିଥିବା ନରେଶ କହିଛନ୍ତି । ସେ ବିଜେପି ଛାଡି ପୁଣିଥରେ ବିଜେଡିକୁ ଫେରିଛନ୍ତି । ପୂର୍ବରୁ ସେ ବିଜେଡିରେ ଥିଲେ । ପୂର୍ବରୁ ଯାଜପୁର ଜିଲ୍ଲା ବିଜେଡି ସଭାପତି ଓ ଯାଜପୁର ଜିଲ୍ଲା ପରିଷଦ ସଭାପତି ଥିଲେ । ତାଙ୍କୁ ବିଜେଡି ନିଲମ୍ବନ କରିବା ପରେ ସେ ବିଜେପି ପଳାଇଥିଲେ । ସେ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିବାକୁ ମନସ୍ତ କରିଥିଲେ ।