ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ବେଳେ ବାଣ ନିଆଁ ପଡି ୨୦ରୁ ଉର୍ଦ୍ଧ ଗୁରୁତର
1 min read
ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଅଘଟଣ। ବାଣ ନିଆଁ ପଡି ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ। ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ସମୟରେ ବାଣ ଫୁଟାଯାଉଥିଲା l ବାଣ ଫୁଟି ନିଆଁ ଲୋକଙ୍କ ନିକଟରେ ପଡିଥିଲା l ଫଳରେ ୨୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ଜଣାପଡିଛି l ଗୁରୁତର ଆହତ ବ୍ୟକ୍ତି ଓ ଶିଶୁ ଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।