ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ଶପଥ ଗ୍ରହଣ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଟିତ । ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ରାଷ୍ଟ୍ରର ଅତିଥି ଉପସ୍ଥିତ ରହିଛନ୍ତି । ସୂଚନା ଅନୁସାରେ ଲୋକସଭା ନିର୍ବାଚନର  ଫଳାଫଳ ଘୋଷଣା ହେବାର ପାଞ୍ଚ ଦିନ ପରେ ଭାରତ ଏକ ନୂତନ ସରକାର ପାଇଛି। ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ ପରେ ରାଜନାଥ ସିଂ ଶପଥ ନେଇଥିଲେ। ଶପଥ ଗ୍ରହଣ କରିବାକୁ ଅମିତ ଶାହା ତିନି ନମ୍ବରରେ ପହଞ୍ଚିଥିଲେ । ୨୦୧୯ ରେ ମଧ୍ୟ ଶପଥ ଗ୍ରହଣ କରିବାର କ୍ରମ ସମାନ ଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମୋଟ ୭୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏଥିମଧ୍ୟରେ ୩୦ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି।