ଚଣ୍ଡିଖୋଲରେ ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଚଣ୍ଡିଖୋଲ ବେଣାପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ବିକାଶର ଅନେକ ବଡ଼ ବଡ଼ କାମ ହେଉଛି। ୨୦୧୪ ପୂର୍ବରୁ କାମ ହୋଇପାରିଥାନ୍ତା। କଂଗ୍ରେସ ଓ ତାର ସାଥି ଦଳ ନିଜର ପେଡି ଭର୍ତ୍ତି କରିବାରେ ବ୍ୟସ୍ତ ଥିଲେ। ଯେଉଁ କଂଗ୍ରେସ ସରକାର କୋଇଲା ଲୁଟ କରି ଖାଇ ଯାଉଛି, ସେ ଗରିବଙ୍କୁ ମାଗଣା ଖାଦ୍ୟ ଦେବାକୁ କେମିତି ଭାବି ପାରିବ ବୋଲି କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯେଉଁ ସରକାର ୟୁରିଆ ଘୋଟାଲାରେ ସାମିଲ ସେ ଚାଷୀଙ୍କୁ ମାଗଣା ସାର କେମିତି ଦେଇପାରିବ। ନିୟୁକ୍ତି ଯୋଜନାରେ ଘୋଟାଲା କରିଥିବା କଂଗ୍ରେସ ସରକାର ଦେଶର ବେକାରୀ ଯୁବକଙ୍କୁ କେମିତି ଚାକିର ଦେବ। ସ୍ଵାଧୀନତା ପରଠାରୁ କଂଗ୍ରେସ ଏମିତି ବ୍ୟବସ୍ଥା କଲେ ଯେଉଥିଲେ ଗରିବ, ଯୁବକ ଓ ଆଦିବାସୀ ସେମାନଙ୍କ ଉପରେ ବିଶ୍ଵାସ ହରାଇଛନ୍ତି। ଗରିବ କଂଗ୍ରେସ ସରକାର ପାଖକୁ ଗଲେ କିଛି ଗ୍ଯାରେଣ୍ଟି ନେବାକୁ କହୁଥିଲା।

ବ୍ଯାଙ୍କରେ ଖାତା ଖୋଲିବା ଠାରୁ ଆରମ୍ଫଭ କରି ଋଣ, ଚାକିରୀ ଆବେଦନରେ କଂଗ୍ରେସ ଗ୍ଯାରେଣ୍ଟି ମାଗୁଥିଲା। ହେଲେ ୨୦୧୪ ପରେ ଏବେ ଗରିବ ପୁଅ ସରକାରରେ ଆସିଛି ବୋଲି କହିଥିଲେ ମୋଦି। ଗରିବର ସବୁ ଗ୍ଯାରେଣ୍ଟି ମୋଦି ବନିବ। ଯେଉଁ ଗରିବ, ଦଳିତ, ଓବିସି ଓ ଆଦିବାସୀଙ୍କ ପାଖରେ କିଛି ନଥିଲା ସେମାନଙ୍କ ଲାଗି ବିନା ଗ୍ଯାରେଣ୍ଟିରେ ମୁଦ୍ରା ଯୋଜନା ଆରମ୍ଭ କରାଯାଇଛି। ଏମିତି ଗ୍ଯାରେଣ୍ଟି ନେଇ ଗରିବର ଆତ୍ମବିଶ୍ଵାସ ବଢିଛି। ସେହିପରି ଇଣ୍ଡି ମେଣ୍ଟକୁ ନେଇ ମଧ୍ୟ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ଇଣ୍ଡି ମେଣ୍ଟର ଭ୍ରଷ୍ଟାଚାରୀଙ୍କ ଏହା ପସନ୍ଦ ଆସୁନି। ଏମାନଙ୍କ ପାଖରେ ଆମର ସଂକଳ୍ପ, ସିଦ୍ଧି, ନୀତି ଏବଂ ନିଷ୍ଠା ଜବାବରେ କିଛି ନାହିଁ । ସେଥିଲାଗି ଇଣ୍ଡି ମେଣ୍ଟ ଗଠନ କରାଯାଇଛି। ପରିବାରବାଦ ପ୍ରସଙ୍ଗକୁ ନେଇ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପରିବାରବାଦୀ ସେମାନଙ୍କ ଭବିଷ୍ୟ ନେଇ ଭାବୁଛନ୍ତି । ଏ ଇଣ୍ଡି ମେଣ୍ଟ ଏଥିଲାଗି ତିଆରି କରାଯାଇଛି। କିନ୍ତୁ ମୋଦି ଦେଶର କୋଟି କୋଟି ପୁଅଝିଅଙ୍କ ଭବିଷ୍ୟ ଗଠନରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।