spot_img

Latest Posts

ଆଜି ଶପଥ ଗ୍ରହଣ ଉତ୍ସବ, ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ସନ୍ଧ୍ୟା ୭ଟା ୧୫ ମିନଟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ଶପଥଗ୍ରହଣ ଉତ୍ସବ । କ୍ରମାଗତ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ନରେନ୍ଦ୍ର ମୋଦୀ । ନବଗଠିତ ମନ୍ତ୍ରିମଣ୍ଡଳ ବି ଶପଥ ନେବ । ଉତ୍ସବରେ ସାମିଲ ହେବେ ୮ ହଜାରରୁ ଅଧିକ ଅତିଥି । ଯେଉଁ ଅତିଥିମାନେ ସାମିଲ ହେବେ ସେମାନେ ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ, ସିଚେଲସ ଉପରାଷ୍ଟ୍ରପତି ଅହମ୍ମଦ ଅଫିଫ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଯୁଗନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ, ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗାୟ । ଶପଥଗ୍ରହଣ ଉତ୍ସବ ଲାଗି ଦିଲ୍ଲୀରେ ହାଇସିକ୍ଯୁରିଟି ବ୍ଯବସ୍ଥା କରାଯାଇଛି । ରାଜଧାନୀର ପ୍ରମୁଖ ହୋଟେଲ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲାରିଜସ, ଓବରୟକୁ କଡା ସୁରକ୍ଷା ବଳୟରେ ରଖାଯାଇଛି ।

Latest Posts

Don't Miss