ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିବେ ମୋଦି ସରକାର !
1 min readନୂଆଦିଲ୍ଲୀ: କରୋନା ସଂକଟର ମୁକାବିଲା ପାଇଁ ଖୁବଶୀଘ୍ର ମୋଦି ସରକାର ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନ ତଳେ ରାଷ୍ଟ୍ରକୁ ସମ୍ବୋଧନ କରିବା ବେଳେ ବେଲ ଆଉଟ୍ ପ୍ୟାକେଜ୍ କଥା ଘୋଷଣା କରିଥିଲେ । ସେ ଏକ ଟାସ୍କ ଫୋର୍ସ ଗଠନ କରିବା କଥା କହିଥିଲେ । ସାମ୍ପ୍ରତୀକ ପରିସ୍ଥିତିରେ ଆର୍ଥିକ ସଂସ୍କାର ପାଇଁ କଣ କରାଯାଇ ପାରିବ ସେ ନେଇ ଏହି ଟାସ୍କ ଫୋର୍ସ ପ୍ରସ୍ତାବ ଦେଇଥାନ୍ତା । ଏହାମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଦାନ କରାଯାଇଥିବା ରାଶି ସିଏସଆର-କର୍ପୋରେଟ୍ ସୋସିଆଲ ରେସପନସିବିଲିଟି ଅନ୍ତର୍ଗତରେ ଆସିବ ।
In view of the spread of novel #CoronaVirus in India, its declaration as pandemic by the WHO, and decision of Government of India to treat this as notified disaster, it is hereby clarified that spending of CSR funds for COVID-19 is eligible CSR activity. #IndiaFightCorona pic.twitter.com/XQneNBaJe8
— Nirmala Sitharaman Office (@nsitharamanoffc) March 23, 2020
ଟ୍ୱିଟ୍ କରି ସୀତାରମଣ କହିଛନ୍ତି ଯେ,କରୋନା ଲଢେଇର ଖର୍ଚ୍ଚ ହୋଇଥିବା ରାଶି ସିଏସଆର ଆକ୍ଟିଭିଟି ଭିତରେ ଆସିବ । ଏହାସହ ସେବି ଓ ଆରବିଆଇ ମଧ୍ୟ ରେପୋ ରେଟରେ ରିହାତି ଦେବାର ସମ୍ଭାବନା ରହିଛି ।
ଅନେକ ଦେଶ ଦେଉଛନ୍ତି ବେଲ୍ ଆଉଟ୍ ପ୍ୟାକେଜ୍
ବିଶ୍ୱର ଅନେକ ଦେଶ କରୋନା ମାଡରେ ବେହାଲ ଅର୍ଥନୀତିର ସୁଧାର ପାଇଁ ବେଲଆଉଟ୍ ପ୍ୟାକେଜ୍ ଦେଉଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧ ଟ୍ରିଲିୟନ ବେଲଆଉଟ୍ ପ୍ୟାକେଜ୍ ଘୋଷଣା କରିଥିଲେ । ତେବେ ଡେମୋକ୍ରାଟ୍ ଏଥିରେ ଅଡୁଆ ସୃଷ୍ଟି କରିଥିଲେ ।
ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରଭାବିତ
ଚୀନର ବୁହାନରୁ ଆରମ୍ଭ ହୋଇଥିବା କରୋନା କାରାଣରୁ ବିଶ୍ୱର ଛୋଟ ବଡ ସବୁ ଅର୍ଥନୀତି ପ୍ରଭାବିତ ହୋଇଛନ୍ତି । ଭାରତ ,ଆମେରିକା,ଚୀନ ଓ ଜାପାନ ସମେତ ଅନେକ ଦେଶ ଏହା ପ୍ରଭାବରେ ଆସିଛନ୍ତି । ଲକ୍ ଡାଉନ୍ କାରଣରୁ କେବଳ ଜରୁରୀ ଜିନିଶକୁ ଛାଡି ବାକି ଦୋକାନକୁ ବନ୍ଦ କରି ଦିଆଯାଇଛି । ଫଳରେ କାରବାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ପଡିଛି ।
୨୨ ରାଜ୍ୟରେ ୭୫ ଜିଲ୍ଲା ତାଲା ବନ୍ଦ
ସୋମବାର ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ସଂଧ୍ୟା ୮ସୁଧା ୪୮୦ ଥିଲା । ଏଥିରେ ୯ ଜଣ ପ୍ରାଣ ହରାଇଲେଣି । ଏବେ ଦେଶର ୨୨ ରାଜ୍ୟରେ ୪୫ ଜିଲ୍ଲାରେ ଲକ୍ ଡାଉନ୍ ଜାରି ରହିଥିବା ବେଳେ,ପଂଜାବ ଓ ମହାରାଷ୍ଟ୍ର ସରକାର ନିଜ ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି