spot_img

Latest Posts

ସଂସଦରେ ଆଜି ପାସ୍ ହେବ ୱାକଫ୍ ବିଲ୍, ଜାଣନ୍ତୁ କଣ ସବୁ ବଦଳି ଯିବ…

ନୂଆଦିଲ୍ଲୀ : ଗୁରୁବାର ଲୋକସଭାରେ ୱାକଫ୍ ବିଲ୍ ଉପସ୍ଥାପନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର । ଏହି ବିଲ୍ ୱାକଫ୍ ବିଲରେ ପାଖାପାଖି ୪୦ଟି ପରିବର୍ତ୍ତନ ପ୍ରସ୍ତାବ ସାମିଲ ଅଛି । ଏହି ବିଲ୍ ପାସ୍ ହେବା ପରେ ୱାକଫର ଶକ୍ତି ଏବଂ ଗଠନରେ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ପ୍ରଥମେ ୱାକଫ ବିଲ୍ ଲୋକସଭାରେ ଉପସ୍ଥାପନ କରିବେ। ଏହା ଉପରେ ବିତର୍କ ପରେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ତେବେ ବିରୋଧୀଦଳ ପ୍ରଥମେ ଏହି ବିଲ୍କୁ ସ୍ଥାୟୀ କମିଟି ନିକଟକୁ ପଠାଇବାକୁ ଦାବି କରୁଛନ୍ତି। ଯଦି ୱାକଫ ବିଲ୍ ସ୍ଥାୟୀ କମିଟି ନିକଟକୁ ପଠାଯାଏ, ତେବେ ଏହି ଅଧିବେଶନରେ ବିଲ୍ ପାରିତ ହେବାର ସମ୍ଭାବନା  କମ୍ ହୋଇପାରେ। ୱାକଫ ନିୟମ ଶେଷ ଥର ୨୦୧୦ରେ ସଂଶୋଧନ କରାଯାଇଥିଲା। ଏହି ସଂଶୋଧନ ମାଧ୍ୟମରେ ୱାକଫ ବୋର୍ଡର ଚେୟାରମ୍ୟାନଙ୍କୁ ହଟାଇବା ପ୍ରକ୍ରିୟା ସ୍ଥାପିତ ହୋଇଥିଲା।

ୱାକଫ୍ ବିଲ୍ ସଂସଦରେ ଉପସ୍ଥାପନା ପୂର୍ବରୁ ହୋଇଥିବା ଆଲୋଚନା ଅନୁଯାୟୀ ସରକାର ଏହି ବିଲରେ ପ୍ରାୟ ୪୦ ଟି ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୱାକଫ୍ ଅଧିନିୟମର ଧାରା ୯ ଏବଂ ୧୪ ରେ ସଂଶୋଧନ ହେବାର ସମ୍ଭାବନା ରହିଛି  । ସଂସଦରୁ ନିୟମ ସଂଶୋଧନ ପରେ ୱାକଫର ପରିଚାଳନା ଏବଂ ଶକ୍ତିରେ ପ୍ରଭାବ ପଡିପାରେ ।

ନିୟମ ପରିବର୍ତ୍ତନ କରିବା ପରେ,ଉପରିସ୍ତ ସ୍ତରରେ ମହିଳାମାନଙ୍କୁ ୱାକଫରେ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ ହେବ  । ଏହା ସହ କୌଣସି ଜମିବ ବା ସମ୍ପତ୍ତିକୁ ନିଜର ବୋଲି ଘୋଷଣା କରିବା ପୂର୍ବରୁ ବୋର୍ଡ ଏହାକୁ ଯାଞ୍ଚ କରିବ ।

ୱାକଫ୍ ବୋର୍ଡ ହେଉଛି ମୁସଲମାନମାନଙ୍କର ଏକ ଅନୁଷ୍ଠାନ, ଯାହା ସମ୍ପତ୍ତି ପରିଚାଳନା କରେ  । ବର୍ତ୍ତମାନ ଦେଶରେ ୩୦ ୱାକଫ୍ ବୋର୍ଡ କାର୍ଯ୍ୟ କରୁଛି  । ବିହାରରେ ସର୍ବାଧିକ ୨ଟି ୱାକଫ୍ ବୋର୍ଡ (ଶିଆ ଏବଂ ସୁନ୍ନି) ଅଛି  । ଦାନ ହୋଇଥିବା ଜମି ଏବଂ ଏଥିରୁ ପ୍ରାପ୍ତ ଟଙ୍କାକୁ ୱାକଫ ମୁସଲମାନମାନଙ୍କ ବିକାଶରେ ଖର୍ଚ୍ଚ କରିଥାଏ। ବର୍ତ୍ତମାନ ୱାକଫରେ ପ୍ରାୟ  ୮.୭ ଲକ୍ଷର ଜମି ବା ସମ୍ପତ୍ତି ରହିଛି, ଯାହାର ମୋଟ କ୍ଷେତ୍ରଫଳ ପ୍ରାୟ ୯.୪ ଲକ୍ଷ ଏକର ହେବ ।

 

 

Latest Posts

Don't Miss