spot_img

Latest Posts

ଏନଡିଏ ସଂସଦୀୟ ଦଳର ନେତା ଭାବେ ନରେନ୍ଦ୍ର ମୋଦି ନିର୍ବାଚିତ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ବିଧାନ ଭବନର ସେଣ୍ଟ୍ରାଲ ହଲରେ ହୋଇଥିବା ଏନଡିଏର ବୈଠକରେ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିଲେ ରାଜନାଥ ସିଂହ। ଏହାକୁ ଅମିତ ଶାହା ଓ ନୀତିନ ଗଡ଼କରି ସମର୍ଥନ କରିଥିଲେ। ପରେ ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର ମଧ୍ଯ ଏହାକୁ ସମର୍ଥନ କରିଥିଲେ ।

ସେହିପରି ଶିବସେନାର ଏକନାଥ ସିନ୍ଦେ ଓ ଜେଡିଏସ୍ ନେତା କୁମାରସ୍ଵାମୀ ମଧ୍ଯ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ସଂସଦୀୟ ଦଳର ନେତା ଭାବେ ମୋଦି ନିର୍ବାଚିତ ହୋଇଥିବାରୁ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପକ୍କା ହୋଇଛି। ସୂଚନା ଅନୁସାରେ ଆସନ୍ତା ରବିବାର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଆରମ୍ଭ ହୋଇଥିବା ସଂସଦୀୟ ଦଳ ବୈଠକରେ ସମସ୍ତ ୨୯୩ ଏନଡିଏ ସାଂସଦ ଯୋଗ ଦେଇଛନ୍ତି।

Latest Posts

Don't Miss