ମୋଦିଙ୍କ ଶୁଭେଛା ବଦଳରେ ଶାହାବାଜ କାଶ୍ମୀରକୁ ନେଇ କ’ଣ କହିଲେ ?

1 min read

ନୂଆଦିଲ୍ଲୀ: ବଦଳିବ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କ ? ପଡ଼ୋଶୀ ଶତ୍ରୁ ଦେଶ ପାକିସ୍ତାନ ବଦଳାଇବ କି ଆଭିମୁଖ୍ୟ ? ଇମ୍ରାନଙ୍କ ପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶାହବାଜ ସରିଫ । ସରିଫ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଆଉ ଜବାବରେ ଶାହବାଜ ସରିଫ କହିଛନ୍ତି, ପାକିସ୍ତାନ-ଭାରତ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଚାହୁଁଛି ।

 

ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ  ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ ଲେଖିଛନ୍ତିଯେ, ଭାରତ ଏକ ଶାନ୍ତିପୂର୍ଣ୍ଣ ଏବଂ ସହଯୋଗର ସମ୍ପର୍କ ଚାହୁଁଛି । ଯେଉଁଥିରେ ଦୀର୍ଘ ସମୟ ଧରି କାଶ୍ମୀର ମାମଲା ମଧ୍ୟ ସାମିଲ ରହିଛି ।  ଏହାର ଶାନ୍ତିପୂର୍ଣ୍ଣ ସମାଧାନ ନିହାତି ଜରୁରୀ । ଆମେ ଏକ ଆତଙ୍କବାଦୀ ମୁକ୍ତ ଦେଶ ଆବଶ୍ୟକ ଏବଂ ଲୋକଙ୍କ ଆର୍ଥିକ ବିକାଶ ଉପରେ ଧ୍ୟାନ ଦେବା ଆବଶ୍ୟକ ।

କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହଁନ୍ତି ବରଂ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶାହବାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଶାହବାଜ ସରିଫ୍‌ ପ୍ରଧାନମନ୍ତ୍ରୀ ଭାବରେ ଚୟନ ହେବାପରେ କାଶ୍ମୀର ବିଷୟରେ କହିଛନ୍ତି । ଯେଉଁଥିରେ ସେ କହିଲେଯେ, ସେ ମଧ୍ୟ ଭାରତ ସହିତ ପାକିସ୍ତାନର ସୁ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି । କିନ୍ତୁ କାଶ୍ମୀର ବିବାଦର ସମାଧାନ କରିବାକୁ ପଡ଼ିବ । ତେବେ ଏହା ମଧ୍ୟ ସତଯେ କାଶ୍ମୀରର ସମସ୍ତ ସମସ୍ୟାକୁ ନେଇ  ସ୍ୱର ଉଠାଇବେ ବୋଲି କହିଛନ୍ତି ଶାହବାଜ ।