ମୋଦିଙ୍କ ଶୁଭେଛା ବଦଳରେ ଶାହାବାଜ କାଶ୍ମୀରକୁ ନେଇ କ’ଣ କହିଲେ ?
1 min readନୂଆଦିଲ୍ଲୀ: ବଦଳିବ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କ ? ପଡ଼ୋଶୀ ଶତ୍ରୁ ଦେଶ ପାକିସ୍ତାନ ବଦଳାଇବ କି ଆଭିମୁଖ୍ୟ ? ଇମ୍ରାନଙ୍କ ପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶାହବାଜ ସରିଫ । ସରିଫ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ । ଆଉ ଜବାବରେ ଶାହବାଜ ସରିଫ କହିଛନ୍ତି, ପାକିସ୍ତାନ-ଭାରତ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ରକ୍ଷା କରିବାକୁ ଚାହୁଁଛି ।
ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ ଲେଖିଛନ୍ତିଯେ, ଭାରତ ଏକ ଶାନ୍ତିପୂର୍ଣ୍ଣ ଏବଂ ସହଯୋଗର ସମ୍ପର୍କ ଚାହୁଁଛି । ଯେଉଁଥିରେ ଦୀର୍ଘ ସମୟ ଧରି କାଶ୍ମୀର ମାମଲା ମଧ୍ୟ ସାମିଲ ରହିଛି । ଏହାର ଶାନ୍ତିପୂର୍ଣ୍ଣ ସମାଧାନ ନିହାତି ଜରୁରୀ । ଆମେ ଏକ ଆତଙ୍କବାଦୀ ମୁକ୍ତ ଦେଶ ଆବଶ୍ୟକ ଏବଂ ଲୋକଙ୍କ ଆର୍ଥିକ ବିକାଶ ଉପରେ ଧ୍ୟାନ ଦେବା ଆବଶ୍ୟକ ।
କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହଁନ୍ତି ବରଂ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶାହବାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Thank you Premier Narendra Modi for felicitations. Pakistan desires peaceful & cooperative ties with India. Peaceful settlement of outstanding disputes including Jammu & Kashmir is indispensable. Pakistan’s sacrifices in fighting terrorism are well-known. Let’s secure peace and.. https://t.co/0M1wxhhvjV
— Shehbaz Sharif (@CMShehbaz) April 12, 2022
On new Pakistan PM Shehbaz Sharif, Defence Minister Rajnath Singh who’s in Washington DC told ANI, ” I just want to convey to him to curb terrorism…best wishes with him.” pic.twitter.com/72pZi7yI6t
— ANI (@ANI) April 12, 2022
ସୂଚନାଯୋଗ୍ୟ ଶାହବାଜ ସରିଫ୍ ପ୍ରଧାନମନ୍ତ୍ରୀ ଭାବରେ ଚୟନ ହେବାପରେ କାଶ୍ମୀର ବିଷୟରେ କହିଛନ୍ତି । ଯେଉଁଥିରେ ସେ କହିଲେଯେ, ସେ ମଧ୍ୟ ଭାରତ ସହିତ ପାକିସ୍ତାନର ସୁ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି । କିନ୍ତୁ କାଶ୍ମୀର ବିବାଦର ସମାଧାନ କରିବାକୁ ପଡ଼ିବ । ତେବେ ଏହା ମଧ୍ୟ ସତଯେ କାଶ୍ମୀରର ସମସ୍ତ ସମସ୍ୟାକୁ ନେଇ ସ୍ୱର ଉଠାଇବେ ବୋଲି କହିଛନ୍ତି ଶାହବାଜ ।