’ଭାରତ ମଣ୍ଡପମ’ରେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ, ପୃଷ୍ଠଭୂମିରେ ଶୋଭା ପାଉଛି କୋଣାର୍କ ଚକ୍ର

1 min read

ନୂଆଦିଲ୍ଲୀ: ଶନିବାରଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ହପମରେ ପ୍ରଧାନମନ୍ତ୍ରୀ ପହଞ୍ଚିଥିବାବେଳେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ‘ଜାତୀୟ ସୁରକ୍ଷା ପରାମର୍ଶଦାତା’ ଅଜିତ ଡୋଭାଲ୍‌। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଷ୍ଟ୍ର ଓ ସରକାରୀ ପ୍ରତିଷ୍ଠାନର ମୁଖ୍ୟମାନଙ୍କୁ ସ୍ବାଗତ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ପ୍ରଧାନମନ୍ତ୍ରୀ ଯେଉଁସ୍ଥାନରେ ଅତିଥୀଙ୍କୁ ସ୍ବାଗତ କରୁଛନ୍ତି ସଠାରେ ଓଡ଼ିଶାର କୋଣାର୍କ ଚକ୍ର ରହିଛି । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି ।