ନବୀନଙ୍କୁ ମୋଦିଙ୍କ ଶୁଭେଚ୍ଛା

1 min read

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଆ ଓ ଇଂରାଜୀରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟ୍‌ କରିଛନ୍ତି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରିବା ସହ ସୁସ୍ଥ ଓ ନିରାମୟ ଜୀବନ ଦିଅନ୍ତୁ।

ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଂରାଜୀ ଓ ବଙ୍ଗଳାରେ ଲେଖି ଟୁଇଟ୍‌ କରିଛନ୍ତି: ନବୀନ ବାବୁଙ୍କ (ପଟ୍ଟନାୟକ) ଜନ୍ମଦିନରେ ଅନେକ ଶୁଭେଚ୍ଛା। ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇ ଲେଖିଛନ୍ତି: ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶଭକାମନା ନବାନ ବାବୁ । ପ୍ରଭୁ ଜଗନ୍ନାଥ  ଆପଣଙ୍କ ଚଲାପଥ କୁସୁମିତ କରିବା ସହ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ।

  ')}

Leave a Reply