ସୁନା ଚୋରି ମାମଲାରେ ନାରାୟଣପାଟଣା ଆଇଆଇସି ନିଲମ୍ବିତ

ଜୟପୁର: ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ । ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ନାରାୟଣପାଟଣା ଆଇଆଇସି ରଞ୍ଜିତ ସାହୁ ନିଲମ୍ବିତ । ସୂଚନା ଦେଲେ କୋରାପୁଟ ଏସପି ।
ସୁନା କ୍ରୟକାରୀଙ୍କ ପଳାୟନରେ ଆଇଆଇସିଙ୍କ ଭୂମିକା ଥିବା ଅଭିଯୋଗରେ ତାଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏହାସହ ହୋମଗାର୍ଡ ଗୋପାଳ ରେଡ୍ଡୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।