ନୂଆଦିଲ୍ଲୀ : ପୂର୍ବତନ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କ ଫୋର ଷ୍ଟାରସ ଅଫ ଡେଷ୍ଟିନୀ ପୁସ୍ତକ ବିବାଦ ପ୍ରସଙ୍ଗ। ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ ପକ୍ଷରୁ ଟୁଇଟ ପ୍ରସଙ୍ଗରେ ମନୋଜ ଦେଇଛନ୍ତି ନିଜର ପ୍ରତିକ୍ରିୟା। ସେ କହିଛନ୍ତି ଦିସ ଇଜ ଦ ଷ୍ଟାଟସ। ପେଙ୍ଗୁଇନ ପକ୍ଷରୁ କୁହାଯାଇଥିଲା- ଏହି ପୁସ୍ତକ ପ୍ରକାଶ ପାଇନାହିଁ ଏବଂ ଏହାର କୌଣସି ସ୍ବୀକୃତିପ୍ରାପ୍ତ କପି ନାହିଁ। ଏହାକୁ ନେଇ ମନୋଜ କହିଛନ୍ତି- ଏହା ହିଁ ବର୍ତ୍ତମାନର ସ୍ଥିତି ରହିଛି। ପୂର୍ବରୁ ସୋମବାର ପେଙ୍ଗୁଇନ ପକ୍ଷରୁ କୁହାଯାଇଥିଲା- ଫୋର ଷ୍ଟାରସ ଅଫ ଡେଷ୍ଟିନୀର ପ୍ରକାଶନ ଲାଗି ଅଧିକାର ହାସଲ କରିଛି ସଂସ୍ଥା। ତେବେ ପୁସ୍ତକର ପ୍ରକାଶନ ହୋଇନାହିଁ। ପେଙ୍ଗୁଇନ ବି କହିଛି- ଏହି ପୁସ୍ତକକୁ ନା ଛପାଯାଇଛି ନା ଡିଜିଟାଲ ଫର୍ମରେ ଏହା ଉବଲବ୍ଧ ରହିଛି ।
ଯଦି ପୁସ୍ତକଟି କୌଣସି ଫର୍ମାଟ ବା ପ୍ଲାଟଫର୍ମରେ ଉପଲବ୍ଧ ଥାଏ ତେବେ ତାହା କପିରାଇଟ ଉଲ୍ଲଂଘନ ବୋଲି ପରିଗଣିତ ହେବ। ସେପଟେ ନରୱାଣେ ଏହି ଅପ୍ରକାଶିତ ପୁସ୍ତକର ଏକ ନକଲ ଉପଲବ୍ଧ ହେବା ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି। ଏହି ପୁସ୍ତକର କିଛି ଅଂଶକୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥାପନ କରିବା ପରେ ସଂସଦ ଓ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଛି।

