spot_img

Latest Posts

ଭଙ୍ଗା ଦଦରା ଚାଳ ଘରେ ବିତୁଛି ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆଵାସ ଯୋଜନାରୁ ବଞ୍ଚିତ ପରିବାର । ବିପଦପୂର୍ଣ୍ଣ ଭାବେ ଚଳୁଛନ୍ତି ନରସିଂହପୁର ବ୍ଲକ ବାଲି ସାହି ଗାଁର ଗୋଟିଏ ପରିବାର । ଭଙ୍ଗା ଘରେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ବାରମ୍ବାର ସରପଞ୍ଚଙ୍କ ଠାରୁ ବିଡିଓଙ୍କ ପାଖରେ ଅଭିଯୋଗ ପରେ ବି ଫଳ ଶୂନ । ଶୀଘ୍ର ଘର ଯୋଗାଇଦେବାକୁ ଦାବି ।

ଭଙ୍ଗା ଦଦରା ଚାଳ ଘରେ ବିତୁଛି ଜୀବନ । ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନ କାଟୁଛନ୍ତି ୬ ପ୍ରାଣୀ । ନରସିଂହପୁର ବ୍ଲକ ବାଲିସାହି ଗାଁରେ ଆଵାସ ଯୋଜନାରୁ ବଞ୍ଚିତ ଜିତେନ୍ଦ୍ରଙ୍କ ପରିବାର । ଜିତେନ୍ଦ୍ରଙ୍କ ପରିବାର କହିଲେ ତାଙ୍କ ପତ୍ନୀଙ୍କ ସମେତ ୩ ଝିଅ ଓ ଗୋଟିଏ ୧୫ ଦିନର ଛୋଟ ପୁଅ । ଜିତେନ୍ଦ୍ର ମୂଲ ଲାଗିଲେ ପରିବାର ଚାଲେ । ହେଲେ ଦୁଃଖ ଉପରେ ଲଳିତା ବିଡା ପାଲଟିଛି ଭଙ୍ଗା ଦଦରା ଘର । ଘର ଖଣ୍ଡେ ନଥିବାରୁ ବନ୍ୟା କି ବାତ୍ୟା ସମୟରେ ନିଜର ଅସହାୟ ପରିବାରକୁ ନେଇ ବାରଦୁଆର ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିତେନ୍ଦ୍ର। ବାରମ୍ବାର ଏନେଇ ପଂଚାୟତର  ସରପଞ୍ଚଙ୍କ ଠାରୁ ନେଇ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ଯ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ତେଣୁ ଖୁବ ଶୀଘ୍ର ସରକାରୀ ଘର ଯୋଗାଇଦେବାକୁ ଅନୁରୋଧ କରିଛନ୍ତି ଜିତେନ୍ଦ୍ର ।

ଦୁଃଖ ଓ ପରିତାପର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି । କିନ୍ତୁ ପ୍ରଶାସନ ଓ ପଞ୍ଚାୟତର ଅବହେଳା ଯୋଗୁଁ ସରକାରୀ ଯୋଜନା ଗରିବ ପରିବାର ପାଖେ ପହଂଚି ପାରୁ ନାହିଁ। ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଜିତେନ୍ଦ୍ର ସାହୁ ଧାରଣାରେ ମଧ୍ୟ ବସିଥିଲେ ହେଲେ କୌଣସି ସୁଫଳ ମିଳିନି। ବାରମ୍ବାର ଘର ଖଣ୍ଡେ ପାଇଁ ଆବେଦନ କରୁଥିବା ବେଳେ ବିଭିନ୍ନ ସମୟରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯାଉଛି, ହେଲେ ତାହା କାଗଜ କଲମରେ ସୀମିତ ରହିଯାଉଛି ବୋଲି କହିଛନ୍ତି କରିଛନ୍ତି ଜିତେନ୍ଦ୍ର ସାହୁ। ସେପଟେ ତାଙ୍କୁ ଖୁବ ଶୀଘ୍ର ଘର ଯୋଗାଇଦିଆଯିବ ବୋଲି କହିଛନ୍ତି ବିଡିଓ ।

 

Latest Posts

Don't Miss