spot_img

Latest Posts

ବିରୋଧୀ ଦଳ ନେତା ଜୟନାରାୟଣଙ୍କ ଧଜ୍ଜିଆ ଉଡ଼ାଇଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର !

ଭୁବନେଶ୍ବର: ଶ୍ରଦ୍ଧା ପ୍ରସଙ୍ଗ ଗୃହରେ ଉଠାଇବା ବ୍ୟାଡ ଟେଷ୍ଟ୍। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଧଜ୍ଜିଆ ଉଡ଼ାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସବୁ ଜାଣିବା ପରେ ଏପରି ପ୍ରସଙ୍ଗ ଉଠାଇବା କଥା। କେବଳ ସନ୍ଦେହ କରି ଉଠାଇବା ଉଚିତ ନୁହେଁ । ଦେହ ଖରାପରେ କାହାକୁ ଫିଜିଓଥେରାପିଷ୍ଟ ରଖିବା ଗୋଟେ ପ୍ରସଙ୍ଗ କି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ଏପରି ପ୍ରସଙ୍ଗରେ ସନ୍ଦେହ ସୃଷ୍ଟି କରିବା ଅନୁଚିତ୍ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଶ୍ରଦ୍ଧା ତାଙ୍କ ଫିଜିଓଥେରାପିଷ୍ଟ । ତାଙ୍କୁ କୌଣସି ସରକାରୀ କ୍ୱାର୍ଟର୍ସ ଦିଆଯାଇନି । ସେ ସରକାରୀ ଟଙ୍କାରେ କୌଣସି ଗସ୍ତ କରିନାହାନ୍ତି ।

ତେଣୁ ସବୁ କଥା ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ସ୍ପଷ୍ଟ କରିଛନ୍ତି ବୋଲି ନରସିଂହ କହିଛନ୍ତି  । ସେପଟେ ଶ୍ରଦ୍ଧା ପ୍ରସଙ୍ଗରେ ବିରୋଧୀଙ୍କ ମୁହଁ ବନ୍ଦ କରିଛି ମୁଖ୍ୟମନ୍ତ୍ରୀଙ୍କ ବିବୃତି। ଏହି ପ୍ରସଙ୍ଗକୁ ରାଜ୍ୟବାସୀ ତିରସ୍କାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାର, ଚଳଣୀ ଓ ଜୀବନଶୈଳୀ ଯେଉଁଭଳି ସେଥିରେ ଏପରି କଥା ଶୋଭା ପାଏନି। ଏ ପ୍ରସଙ୍ଗକୁ ଯିଏ ଓ ଯେଉଁ ଢଙ୍ଗରେ ଉଠାଇ ଥିଲେ ତାଙ୍କୁ ଲଜ୍ୟା ଲାଗିବା କଥା ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଯେତେବେଳେ ଆଙ୍ଗୁଠି ଦେଖାଇଛନ୍ତି । ସେ ବିବୃତ୍ତି ରଖିବା ସ୍ୱାଭାବିକ କଥା ବୋଲି ସେ କହିଛନ୍ତି।

Latest Posts

Don't Miss