ନନ୍ଦିଘୋଷ ବ୍ୟୁରୋ :ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ। କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରୁଥିବା ନେଇ ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର। ଗତ ସାଧାରଣ ନିର୍ବାଚନ ପରଠାରୁ ତାଙ୍କୁ ଅଣଦେଖା କରାଯିବା ସହ ଦଳର କୌଣସି କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଉନାହିଁ। ଏପରିକି ତାଙ୍କୁ ଫୋନ ଟିଏ ମଧ୍ୟ କରାଯାଉନଥିବା ମଧ୍ୟ ଅଭିଯୋଗ କରିଛନ୍ତି। ପୂର୍ବରୁ ଆଇନମନ୍ତ୍ରୀ, ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ଆଇନ ପରିଷଦ ସଦସ୍ୟ ରହିଥିଲେ। ସେହି ସମୟରେ ଦଳ ତାଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରୁଥିଲା। କିନ୍ତୁ ଭକ୍ତ ଦାସ ପିସିସି ସଭାପତି ହେବା ପରଠୁ ଦଳ ତାଙ୍କୁ ପଚାରୁନଥିବା କହିଛନ୍ତି ନରସିଂହ। ଗତ ନୂଆପଡ଼ା ଉପନିର୍ବାଚନରେ ତାଙ୍କୁ ଡ଼କା ଗଲାନାହିଁ । ତେବେ ସେ ଦଳ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

