ଦେହରେ ମାଟି ବୋଳି କୃଷି ବିଲ୍କୁ ବିରୋଧ
1 min read
କଟକ: କେନ୍ଦ୍ର ଆଣିଥିବା କୃଷି ବିଲ୍କୁ ବିରୋଧ ସହ ପ୍ରତ୍ୟାହାର ଦାବିରେ ଅଭିନବ ଉପାୟରେ ଆରମ୍ଭ ହୋଇଛି ପ୍ରତିବାଦ । କଟକ ଜିଲ୍ଲା ମାହାଙ୍ଗା ମଣିଯୋରୀ ସ୍ଥିତ କୃଷକ ମନ୍ଦିର ସମ୍ମୁଖରେ NAPM(ନ୍ୟାସନାଲ ଆଲିଆନ୍ସ ଅଫ୍ ପିପୁଲ୍ସ ମୁଭ୍ମେଣ୍ଟ୍) ଓଡିଶା ଆବାହକ ମଣ୍ଡଳିର ସଦସ୍ୟ ଓ କୃଷକ ନେତା ଦେହରେ ମାଟି ବୋଳି ଅଭିନବ ପ୍ରତିବାଦ କରିଥିଲେ ।
ଏହି ପ୍ରତିବାଦ ନଭେମ୍ବର ୨୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେମାନେ କହିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ସରକାର ଏହି ବିଲ୍କୁ ଯଦି ପ୍ରତ୍ୟାହାର ନକରନ୍ତି ତାହାଲେ ଆନ୍ଦୋଳନକୁ ତୀବ୍ରତର କରାଯିବ । ଖୁବ୍ କମ୍ ଦିନ ଭିତରେ ଦିଲ୍ଲୀରେ, ଏଭଳି ଦେହରେ ମାଟି ବୋଳି ପ୍ରତିବାଦ କରିବେ ବୋଲି କୃଷକ ନେତା ତଥା ସମାଜସେବୀ ପ୍ରତାପ ସାହୁ କହିଛନ୍ତି ।