ରିୟଲ ଇଷ୍ଟେଟକୁ ନେଇ ଜଣେ ଗ୍ରାହକ କିପରି ନିଜର ସ୍ଵପ୍ନର ଘର କିଣି ପାରିବ

ଭୁବନେଶ୍ବର: ନନ୍ଦିଘୋଷ ଟିଭି ରିୟଲ ଇଷ୍ଟେଟ କନକ୍ଲେଭର ଦ୍ଵିତୀୟ ସେସନରେ ପ୍ରସଙ୍ଗ ଥିଲା ମେକିଂ କନଜ୍ୟୁମର ଦ କିଙ୍ଗ । ରିୟଲ ଇଷ୍ଟେଟ କନକ୍ଲେଭର ଦ୍ଵିତୀୟ ସେସନରେ ଅତିଥି ଭାବେ ଯୋଗ ଦେଇଥିଲେ ଯୁବ ଉଦ୍ୟୋଗୀ ତଥା ସାମାଜିକ କର୍ମୀ ଡକ୍ଟର ଅବିନାଶ ସାମଲ, ଲେଖକ ତଥା ପୂର୍ବତନ ପ୍ରଫେସର ତପନ କୁମାର ପଣ୍ଡା ଓ ପ୍ରପର୍ଟି କନସଲଟାଣ୍ଟ ସ୍ଵରୂପ ରଂଜନ ମହାପାତ୍ର । ରିୟଲ ଇଷ୍ଟେଟକୁ ନେଇ ଜଣେ ଗ୍ରାହକ କିପରି ନିଜର ସ୍ଵପ୍ନର ଘର କିଣି ପାରିବ । ଘରର ମାଲିକ ହୋଇପାରିବ ସେ ନେଇ ହୋଇଥିଲା ଆଲୋଚନା ।

ରିୟଲ ଇଷ୍ଟେଟରେ ଗ୍ରାହକମାନେ କିପରି ସ୍ଵଚ୍ଛ କାରବାର କରିପାରିବେ । ଯେପରି କୌଣସି ଠକାମୀର ଶିକାର ହୋଇପାରିବେନି । ନିଜର ସ୍ଵପ୍ନର ଘର କରିବାକୁ ଜଣେ ତା’ର ଜୀବନର ଉପାର୍ଜିତ ଅର୍ଥ ଲଗାଇ ଦେଇଥାଏ । ତେବେ ସେ ଏହି ଘରକୁ କିପରି ସ୍ଵଚ୍ଛତାର ସହ ଆପଣାର କରିପାରିବ ସେ ନେଇ ମତପ୍ରକାଶ କରିଥିଲେ ବିଶେଷଜ୍ଞ ।

ଓଡ଼ିଶାର ଗ୍ରାହକ ଏବଂ ବାହାର ରାଜ୍ୟର ଗ୍ରାହକଙ୍କ ମଧ୍ୟରେ ଫରକ କ’ଣ । କେମିତି ଜଣେ ଗ୍ରାହକ ଦଲାଲଙ୍କ ଠକାମୀର ଶିକାର ହୋଇଥାଏ । ଘର କିଣିବା ପୂର୍ବରୁ ଜଣେ ଗ୍ରାହକ ସମସ୍ତ ତଥ୍ୟ ଯାଞ୍ଚ କରି କିପରି ଘର କିଣିପାରିବ ସେ ଉପରେ ଆଲୋକପାତ କରିଥିଲେ ଅତିଥୀ ।

ଘର କିଣିବା ଆଗରୁ ସମସ୍ତ ତଥ୍ୟ ସଂଗ୍ରହ, ବିକ୍ରେତାଙ୍କ ବିଷୟରେ ଯାଞ୍ଚ କରିବା ସହ ଆଇନର କ’ଣ ସବୁ ଦିଗ ରହିଛି ସେ ପ୍ରତି ସଚେତନତା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ସୂଚନା ପ୍ରଦାନ କରିଥିଲେ । ଗ୍ରାହକ ନିଜେ ସଚେତନ ହେଲେ ଠକାମୀରୁ ବଞ୍ଚି ପାରିବେ । କେମିତି ଗ୍ରାହକ ସଚେତନ ହେବେ ? ଗ୍ରାହକ କେତେବେଳେ ହଇରାଣ ହୁଏ ? ସ୍ଵପ୍ନର ଘର କରିବାର କ’ଣ ରହିଛି ଟିପ୍ସ ? ସେ ବିଷୟରେ ଆଲୋଚନା ହୋଇଥିଲା ।

ଗ୍ରାହକ ସମସ୍ତ ତଥ୍ୟ ଯାଞ୍ଚ କରିବା ଆବଶ୍ୟକ । ଯିଏ ବିକ୍ରି କରୁଛି ତାଙ୍କ ସହ ମଧ୍ୟ ସମ୍ପର୍କ ରଖିବା ଦରକାର । ବିକ୍ରି କରୁଥିବା ବ୍ଯକ୍ତିଙ୍କ ତଥ୍ୟ ମଧ୍ୟ ଯାଞ୍ଚ କରିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା ।