ସରକାର ଓ ରିଅଲ ଇଷ୍ଟେଟ ମଧ୍ଯରେ ତାଳମେଳ ଓ ନୀତି ନିର୍ଦ୍ଧାରଣ ଆବଶ୍ଯକ

1 min read

ଭୁବନେଶ୍ବର:  ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ରିଅଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡସର ପ୍ରଥମ ଅଧିବେଶନରେ ଟପିକ ଥିଲା ଓଡ଼ିଶା ରିଅଲ ଇଷ୍ଟେଟ ପ୍ରମିସେସ ପୋଟେନସିଆଲ ଆଣ୍ଡ ପ୍ରସ୍ପରିଟି । ଏହି ସେସନରେ ଭାଗ ନେଇ ନିଜର ମତ ରଖିଥିଲେ ଓରେରାର ସଦସ୍ଯ ପ୍ରଦୀପ ବିଶ୍ବାଳ, SPD କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖଇତାନ, ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ।

ଗୋଟିଏ ସହରର ପରିଚୟ ହେଉଛି ଏହାର ବିଲ୍ଡିଂ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ଏହାକୁ ଅଧିକ ସହଜ କରିପାରିବ । ପ୍ରପର ମାଷ୍ଟର ପ୍ଲାନ ହେବା ଆବଶ୍ଯକ । ମୌଳିକ ସମସ୍ଯାର ସମାଧାନ ହେଲେ ଲୋକେ ଅଧିକ ସୁବିଧା ପାଇବେ ବୋଲି କହିଥିଲେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୌସ । ଏଥିପାଇଁ ସରକାର ଓ ରିୟଲ ଇଷ୍ଟେଟ ମଧ୍ଯରେ ତାଳମେଳ ଓ ନୀତି ନିର୍ଦ୍ଧାରଣ ଆବଶ୍ଯକ । ଇନଫ୍ରାଷ୍ଟ୍ରକ୍ଚରରେ ଉନ୍ନତି ହେଲେ ଭୁବନେଶ୍ବର ଉପରେ ଚାପ କମିବ ବୋଲି ସେ ମତ ରଖିଥିଲେ ।

ସେହିପରି ବିଲଡରର ମାନେ ବ୍ଯକ୍ତିଗତ କାମରୁ ବାହାରି ସାମୂହିକ ଚିନ୍ତା କଲେ ଏହି ସେକ୍ଟରକୁ ଏମଏସଏମଇର  ମାନ୍ଯତା ମିଳିପାରିବ ବୋଲି କହିଥିଲେ ଓରେରାର ସଦସ୍ଯ ପ୍ରଦୀପ ବିଶ୍ବାଳ । ଏହାଦ୍ବାରା ପ୍ରାଇଭେଟ ଇନଭେଷ୍ଟମେଣ୍ଟ ବଢିବ, ଘର କଷ୍ଟ କମିବ, ରିୟଲ ଇଷ୍ଟେଟର ଭବିଷ୍ଯତ ଉଜ୍ବଳ ହେବ ବୋଲି ସେ ମତ ଦେଇଥିଲେ ।

ଓଡ଼ିଶାରେ ଆଫର୍ଡେବଲ ହାଉସ ସମ୍ଭବ କି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏକେ ସାବତ ଘରର କ୍ବାଲିଟିକୁ ମହତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ । ଲୋକେ ବିଲଡରଙ୍କ ପରଚିୟ ଦେଖି ଘର କିଣନ୍ତି । ଇନଫ୍ରାଷ୍ଟ୍ରକ୍ଟର ଉନ୍ନତି ଓ ଟ୍ଯାକ୍ସ ବେନିଫିଟ ମିଳିଲେ ଏହା ଅଧିକ ଉନ୍ନତି ହେବ ବୋଲି ସେ ମତ ଦେଇଥିଲେ ।

ସେହିପରି ଭୁବନେଶ୍ବରରେ ଯେଉଁ ସୁବିଧା ମିଳୁଛି ତାହା ଅନ୍ଯ ସବୁ ସହରର ଅପେକ୍ଷା ଅଧିକ ସୁବିଧାଜନକ ବୋଲି କହିଥିଲେ SPD କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଚିରାଗ ଖଇତାନ । ଏଠାରେ ସୁଲଭ ମୂଲ୍ଯରେ ଘର ମିଳିପାରୁଛି । ପୂର୍ବ ସରକାରଙ୍କ ପ୍ରୟାସରୁ ଏଠାରୁ କଞ୍ଚାମାଲ ମଧ୍ଯ ଅତି କମ ଦରରେ ମିଳି ପାରୁଛି ବୋଲି ସେ କହିଥିଲେ ।

ଏହି ଅବସରରେ ସମସ୍ତଙ୍କୁ ସମ୍ମାନୀତ କରିଥିଲେ ନନ୍ଦିଘୋଷ ଟିଭିର ଅଧ୍ଯକ୍ଷ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଏହାପରେ ସାଂସଦ ସୁଲତା ଦେଓ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଉପସ୍ଥିତ ରହି ରିୟଲ ଇଷ୍ଟେଟ କ୍ଷେତ୍ରରେ କୃତିତ୍ବ ଲାଗି କିଛି ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ ।