spot_img

Latest Posts

ନନ୍ଦିଘୋଷ ଟିଭି ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ୍ସ

ଭୁବନେଶ୍ବର: ସ୍ବପ୍ନର ଘର ପାଇଁ ସମସ୍ତଙ୍କ ଥାଏ ଇଚ୍ଛା । ଖାସ କରି ଭୁବନେଶ୍ବରରେ ଘରଟିଏ ପାଇଁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି । ଚଣ୍ଡିଗଡ଼ ସିଟି ପରି ଗୋଟିଏ ପ୍ଲାନ ସିଟି ହୋଇଥିଲା ଭୁବନେଶ୍ବର । ମାତ୍ର ୪୦ ହଜାର ଲୋକଙ୍କ ପାଇଁ ସେତେବେଳେ ହୋଇଥିଲା ପ୍ଲାନ । ୟୁନିଟ୍ ୧ରୁ ୟୁନିଟ୍ ୯  ଯାଏଁ ହୋଇଥିଲା ସିଟିପ୍ଲାନ । ଏବେ ଏହାର କଳେବର ବଢି ୧୮୬ ବର୍ଗ କିଲୋମିଟରରେ ପହଞ୍ଚିଛି । ୧୫ ଲକ୍ଷ ଲୋକ ବଢିଛନ୍ତି । ଆଖପାଖ ପଞ୍ଚାୟତ ମଧ୍ଯ ଭୁବନେଶ୍ବର ସହ ମିଶି ସମସ୍ତ ସୁବିଧା ପାଇବାକୁ ଚାହୁଁଛନ୍ତି । ହେଲେ ଅନେକ ସମୟରେ ଠକି ଯାଉଛନ୍ତି । ଆଜି ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ତେବେ ସାଧାରଣ ଲୋକ କିପରି ସୁବିଧା ପାଇବ ସେଥିପାଇଁ ବିଏମସି ସବୁବେଳେ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

କାର୍ଯ୍ଯକ୍ରମରେ ସାମିଲ ହୋଇ ଓରେରା ସଦସ୍ଯ ପ୍ରଦୀପ ବିଶ୍ବାଳ ନନ୍ଦିଘୋଷ ଟିଭିକୁ ଏପରି ଏକ କାର୍ଯ୍ଯକ୍ରମ ପାଇଁ ଧନ୍ଯବାଦ ଜଣାଇବା ସହ ଏ କ୍ଷେତ୍ରରେ ସରକାରଙ୍କ ଭୂମିକା ଅପରିହାର୍ଯ୍ଯ ବୋଲି ମତ ଦେଇଛନ୍ତି । ଏହାସହ ବିଲଡରମାନଙ୍କୁ ଏଥିକାଲ ବିଜନେସ ପାଇଁ ପରାମର୍ଶ ଦେଇଛନ୍ତି । ରିଏଲ ଇଷ୍ଟେଟ ସେକ୍ଟର ଆମ ଅର୍ଥନୀତିର ଏକ ମୁଖ୍ଯ ଅଂଶ । ୨୦୨୧ରେ ଏଥିରୁ ଆମ ସାମଗ୍ରୀର ଘରୋଇ ଉତ୍ପାଦନ ଡିଜିପିର ୭ ପ୍ରତିଶତ ଆସୁଥିଲା । ୨୦୨୫ ସୁଦ୍ଧା ଏହା ୧୩ ପ୍ରତିଶତ ଆଶା କରାଯାଉଥିବାବେଳେ ୨୦୩୦ ବେଳକୁ ଏହା ୧୫ ପ୍ରତିଶତରେ ପହଞ୍ଚିବ ବୋଲି କହିଛନ୍ତି ପ୍ରଦୀପ । କୃଷି ପରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରିଏଲ ଇଷ୍ଟେଟ ଅଧିକ ଅନ୍ନ ସଂସ୍ଥାନ ଯୋଗାଉଛି । ତେବେ ଏହାକୁ ଯେପରି ପ୍ରାଧାନ୍ଯ ଦେବା କଥା ତାହା ଦିଆଯାଇ ପାରୁନାହିଁ । ଜମିଜମା ସମସ୍ଯା ଓ ସ୍ମାଲ ହୋଲଡିଂ ଯୋଗୁଁ ଓଡ଼ିଶାରେ ଏହି ଶିଳ୍ପ ପ୍ରଗତି କରିପାରୁ ନାହିଁ । ତେଣୁ ସରକାର ଯଦି ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଏହା ଅଧିକ ଉନ୍ନତି ହୋଇପାରନ୍ତା ବୋଲି କହିଛନ୍ତି ପ୍ରଦୀପ ।

କାର୍ଯ୍ଯକ୍ରମରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ସୁଲତା ଦେଓ, ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନୱର, ମୁଖ୍ଯ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକଙ୍କ ସହ ରିୟଲ ଇଷ୍ଟେଟର ଅନେକ ବ୍ଯକ୍ତିତ୍ବ ସାମିଲ ହୋଇଛନ୍ତି । ଜ୍ଯୋତିକଳା ପରିଷଦ ପକ୍ଷରୁ ଓଡ଼ିଶୀରୁ ଆରମ୍ଭ ହୋଇଥିଲା କାର୍ଯ୍ଯକ୍ରମ ।

Latest Posts

Don't Miss