spot_img

Latest Posts

ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହେବା ପରେ ୬ବର୍ଷୀୟ ହିମାଂଶୁଙ୍କୁ ମିଳିଲା ସହାୟତା

ଭୁବନେଶ୍ବର: କାଲି ଖବର ପ୍ରସାରଣ, ଆଜି ପଦକ୍ଷେପ। ଗଞ୍ଜାମ ଜିଲ୍ଲାର ୬ବର୍ଷର ଶିଶୁ ହିମାଂଶୁ କ୍ୟାନସର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ନଥିଲେ। ବାପା ଗ୍ୟାରେଜ ମେକାନିକ ଭାବେ କାମ କରୁଥିବା ବେଳେ ୪ବର୍ଷ ହେଲା ଭୁବନେଶ୍ବରରେ ପୁଅର ଚିକିତ୍ସା ଚାଲିଛି।

ଗରିବ ବାପା, ମାଆ ଗଞ୍ଜାମ ଛାଡ଼ି ପୁଅର ଚିକିତ୍ସା ପାଇଁ ଭୁବନେଶ୍ବରରେ ଥିବା ବେଳେ ଅର୍ଥ ସାଜିଛି ବାଧକ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ହିମାଂଶୁଙ୍କ ବାପା, ମାଆ। ଖାଦ୍ୟ କମିଶନର ଅବନୀକାନ୍ତ ସାହୁଙ୍କୁ ସାକ୍ଷାତ କରି ଦୁଃଖ ଜଣାଇଥିଲେ। ହିମାଂଶୁଙ୍କ ନାମ ତାଙ୍କ ପରିବାରର ରାସନ କାର୍ଡରେ ସାମିଲ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ଖାଦ୍ୟ କମିଶନର।

ନନ୍ଦିଘୋଷ ଟିଭିରେ ଗତକାଲି ଖବର ପ୍ରସାରଣ ହୋଇଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ହିମାଂଶୁଙ୍କ ନାଁ ରାସନ କାର୍ଡରେ ସାମିଲ କରାଯାଇଛି। ଫଳରେ ଏବେ ହିମାଂଶୁ ମାଗଣା ଚିକିତ୍ସା ପାଇପାରିବେ। ସରକାରଙ୍କ ଏହି ପଦକ୍ଷେପ ପାଇଁ ହିମାଂଶୁଙ୍କ ବାପା, ମାଆ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Latest Posts

Don't Miss