ଟାଇମ୍ସ ବିଜନେସ ଆଓ୍ବାର୍ଡ: ନନ୍ଦିଘୋଷ ଓ ସକାଳ ପୁରସ୍କୃତ

ଭୁବନେଶ୍ବର: ଟାଇମ୍ସ ବିଜନେସ ଆଓ୍ବାର୍ଡର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲିଉଡ ଅଭିନେତା ସୋନୁ ସୁଦ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ୪୩ ଟି କ୍ୟାଟଗୋରୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ପୁରସ୍କାର ବିତରଣ କରାଯାଇଥିଲା । ଖୁବ କମଦିନରେ ଗଣ ମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସକାଳ ଓ ନନ୍ଦିଘୋଷ ଟିମକୁ ପୁରସ୍କୃତ କରାଯାଇଥିଲା ।

ସକାଳର ସିଇଓ ସୁବ୍ରତ ଦାସ ଓ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ବଲିଉଡ ଅଭିନେତାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସେହିଭଳି ଆଲୁନିୟମ କ୍ଷେତ୍ରରେ ନାଲକୋ, ବେଦାନ୍ତ ଏବଂ ଶିକ୍ଷା କ୍ଷେତ୍ରରେ ସୋଆ, ଡିଏଭି ପବ୍ଲିକ ସ୍କୁଲକୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।