ହୃଦଘାତରେ ନନ୍ଦିଘୋଷ ଟିଭି ପ୍ୟାନେଲ ପ୍ରଡ୍ୟୁସରଙ୍କ ପରଲୋକ

ଭୁବନେଶ୍ବର: ନନ୍ଦିଘୋଷ ଟିଭିର ସିନିୟର ପ୍ଯାନେଲ ପ୍ରଡ୍ଯୁସର ମହମ୍ମଦ ଆୱେସଙ୍କ ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି । ଗତକାଲି ରାତି ସାଢେ ଏଗାରଟା ଯାଏ ଅଫିସରେ କାମ କରିଥିଲେ । ହେଲେ ଆଜି ସକାଳେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏସସିବି ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଛି ।

ହୃଦଘାତରେ ମାତ୍ର ୫୯ ବର୍ଷ ବୟସରେ ସେ ଇହଲୀଳା ସମ୍ଭରଣ କରିଛନ୍ତି । ସେ ବୈଦ୍ଯୁତିକ ଗଣମାଧ୍ଯମର ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରି ପ୍ରଶଂସାଭାଜନ ହୋଇଥିଲେ । ସହଯୋଗୀଙ୍କ ମହଲରେ ସେ ବେଶ ପ୍ରିୟ ଥିଲେ । ତାଙ୍କ ଅକାଳ ନିଧନରେ ନନ୍ଦିଘୋଷ ଟିଭି ପରିବାର ଦୁଇ ମିନଟର ନିରବ ପ୍ରାର୍ଥନା କରି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ୧୯୬୫ ମସିହା କଟକରେ ସେ ଜନ୍ମ ଗ୍ରହଣ କରିଥିଲେ ।