spot_img

Latest Posts

ନନ୍ଦିଘୋଷ ଟିଭିର ମହାପ୍ରଭାବ, ଜାଲ ପ୍ରମାଣପତ୍ର ଧାରୀଙ୍କ ଚାକିରି ଗୋଲ୍

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭିର ମହାପ୍ରଭାବ। ଖବର ପ୍ରସାରଣ ପରେ ଜାଲ ପ୍ରମାଣପତ୍ର ଧାରୀଙ୍କ ଚାକିରି ଗୋଲ । ଦଶମ ପାସର ଜାଲ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ମହିଳାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ନିର୍ଦେଶ ଦେଲେ ଡେରାବିଶ ବ୍ଲକ ପ୍ରଶାସନ । ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଗରାମ ଗାଁର ସିଆରପତ ରାଜଶ୍ରୀ ପରିଜା ଏକ ବର୍ଷ ତଳେ ଏହି ଚାକିରି ପାଇବା ପାଈଁ ନିଜ ଭଉଣୀଙ୍କ ଦଶମ ଶ୍ରେଣୀ ସାର୍ଟିଫିକେଟକୁ ଏଡିଟିଂ କରି ଦାଖଲ କରିଥିଲେ । ଶକୁନ୍ତଳା ବିଦ୍ୟା ନିକେତନରୁ ଦଶମ ପାସ କରିଥିବା ଏକ ଜାଲ ସାର୍ଟିଫିକେଟ ତଥା ନକଲି ପ୍ରମାଣପତ୍ର ତିଆରି କରି ଡେରାବିଶ ବିଏଲଏଫଙ୍କୁ ଦେଇଥିଲେ।  ସିଆରସି ପୋଷ୍ଟ ପାଈଁ ପ୍ରଥମ ସ୍ଥାନରେ ରହି ଚାକିରି ପାଇଥିଲେ। କିନ୍ତୁ ସମାନ ପୋଷ୍ଟ ପାଈଁ ଦ୍ଵିତୀୟ ସ୍ଥାନରେ ଥିବା ମହିଳା ରିନା ପ୍ରତାପ ସୂଚନା ଅଧିକାର ଆଇନ ବଳରେ ରାଜଶ୍ରୀ ପରିଜାଙ୍କ ପ୍ରକୃତ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ସେହି ଶକୁନ୍ତଳା ବିଦ୍ୟାନିକେତନକୁ ମଗାଇ ଥିଲେ । ତେବେ ସ୍କୁଲ ପକ୍ଷରୁ ଦିଆଯାଇଥିବା ଆର୍ଟିଆଇ ତଥ୍ୟ ଆଧାରରେ ରାଜଶ୍ରୀ ଉକ୍ତ ସ୍କୁଲ ରେ ସେହି ବର୍ଷ ପରୀକ୍ଷା ଦେଇନଥିଲେ । କିନ୍ତୁ ତାଙ୍କ ଭଉଣୀ ଭାଗ୍ୟଶ୍ରୀ ପରିଜା ସେଠି ପଢୁଥିଲେ ବୋଲି ସୂଚନା ମିଳିଥିଲା। ମାଷ୍ଟର ମାଇଣ୍ଡ ରାଜଶ୍ରୀ ନକଲି ପ୍ରମାଣପତ୍ର ତିଆରି କରି ଦାଖଲ କରିଥିବା ପ୍ରମାଣିତ ହେବା ପରେ ଡେରାବିଶ ବିଡ଼ିଓ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବାକୁ  ନିଶ୍ଚିନ୍ତ କୋଇଲି ବିଇଓଙ୍କୁ ଚିଠି ଲେଖି ଥିଲେ। ତେବେ ବିଇଓ ଙ୍କ ଠୁ ଡେରାବିଶ ବିଡ଼ିଓ ଦାସରଥୀ ଜେନା ରାଜଶ୍ରୀ ପରିଜାଙ୍କ ବିରୁଦ୍ଧରେ ସମ୍ପୂର୍ଣ ପ୍ରମାଣ ପାଇବା ପରେ ଆଜି ଡେରାବିଶ ବ୍ଲକ ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ମିଳିତ ବୈଠକ କରି ରାଜଶ୍ରୀ ପରିଜା ଙ୍କୁ ବହିଷ୍କାର କରାଇବା ପାଇଁ ନିର୍ଦେଶ ନାମା ଜାରି କରିଛନ୍ତି। ଏଥି ସହ ରାଜଶ୍ରୀ ନେଇଥିବା ସବୁ ଦରମା ଟଙ୍କା ଫେରସ୍ତ କରିବେ ବୋଲି ନିର୍ଦେଶ ନାମା ରେ ଉଲ୍ଲେଖ ଅଛି । ଜଅଁରା ବାରିମୂଳ ପଞ୍ଚାୟତର ଜିପିଏଲେଫଙ୍କୁ ଜାଲ ପ୍ରମାଣପତ୍ର ଧାରୀ ରାଜଶ୍ରୀ ପରିଜାଙ୍କୁ ବହିଷ୍କାର କରିବା ସହ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି ।

Latest Posts

Don't Miss