ଭୂତାଣୁର ଭୟ ମଧ୍ୟରେ ନିରନ୍ତରଭାବେ କରୋନା ଖବର ପ୍ରସାରଣ ନେଇ ନନ୍ଦିଘୋଷ ଟିଭି ସମ୍ୱର୍ଦ୍ଧିତ

ଭୁବନେଶ୍ୱର: ମହାମାରୀ ସମୟରେ ମାନବିକତାର ପରିଚୟ ଦେଇଛି ନନ୍ଦିଘୋଷ ଟିଭି । କରୋନା କାଳରେ କେବଳ ସାମ୍ୱାଦିକତା ମଧ୍ୟରେ ନିଜକୁ ସୀମିତ ନରଖି ସମାଜ ପ୍ରତି ଥିବା ତା’ ଦାୟିତ୍ୱକୁ ମଧ୍ୟ ନିର୍ବାହ କରିଛି । କରୋନା କଟକଣା ଗରିବ ଦିନ ମଜୁରିଆଙ୍କ ପାଇଁ କାଳ ସାଜିଥିଲା । ଲକଡାଉନ ସମୟରେ ସଟଡାଉନ୍‌ ହୋଇଛି ରୋଜଗାର । ଖଟିଖିଆଙ୍କ ପକେଟକୁ ଆସୁନଥିଲା ଟଙ୍କା । ଠପ୍‌ ହୋଇପଡ଼ଥିଲା ଜନଜୀବନ ।

କରୋନା ବିପତ୍ତିରେ ଭିନ୍ନକ୍ଷମ ଏବଂ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲା ନନ୍ଦିଘୋଷ ଟିଭି

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ନିଜର ଦାୟିତ୍ୱବୋଧ ତୁଲାଇବା ପାଇଁ ଆରମ୍ଭ କରିଥିଲା ‘ଆପଣ ସହ ଆମେ’ ଅଭିଯାନ । ଆଉ ଏହି ଅଭିଯାନ କ୍ରମରେ ନିରାଶ୍ରୟ ଲୋକଙ୍କ ପାଖରେ ପହଞ୍ଚିଛି ନନ୍ଦିଘୋଷ ଟିଭି ।  ବୃଦ୍ଧବୃଦ୍ଧା, ଅସହାୟ, ନିରାଶ୍ରୟ, ଅସୁସ୍ଥ ଶ୍ରମିକ ଓ ଅନାଥ ଆଶ୍ରମରେ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

କରୋନା ସଙ୍କଟରେ ନନ୍ଦିଘୋଷ ଟିଭିର କ୍ୟାମ୍ପେନ ‘ଆପଣଙ୍କ ସହ ଆମେ’…ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ବାଣ୍ଟିଲା ରାସନ୍

ନୟାପଲ୍ଲୀ ଏକାମ୍ରଭିଲ୍ଲା ବସ୍ତି, ଚିନ୍ତାମଣୀଶ୍ୱର, ଶବରସାହି, ଚନ୍ଦାପୋଖରୀ ଓ କଳ୍ପନାଛକ ଅଞ୍ଚଳରେ ଘରେ ଘରେ ଫସି ରହିଥିବା ଦିନମଜୁରିଆ, ଭିନ୍ନକ୍ଷମ ଏବଂ ଅସହାୟଙ୍କ ନିକଟରେ ପହଞ୍ଚାଯାଇଥିଲା ରାସନ୍‌ । ଏଥସହିତ ଭୂତାଣୁର ଭୟ ମଧ୍ୟରେ ଲୋକେ ଘରେ ଲକ୍‌ଡାଉନ୍‌ରେ ଥିବା ବେଳେ ସାଧାରଣ ଜନତାଙ୍କୁ ନିରନ୍ତରଭାବେ କରୋନା ସମ୍ପର୍କିତ ସୂଚନା ପ୍ରଦାନ କରିଆସୁଛି । ଗୁଜବ ଖବରର ଆତଙ୍କ ଭିତରେ ଲୋକଙ୍କ ପରସିଛି ସଠିକ୍‌ ଓ ସତ୍ୟ ଖବର । ପ୍ରଶାସନର କରୋନା ମୁକାବିଲା ଷ୍ଟ୍ରାଟେଜିକୁ ପହଞ୍ଚାଇଛି ଲୋକଙ୍କ ପାଖରେ ।

ଭୂତାଣୁର ଭୟକୁ ଭୂକ୍ଷେପ ନକରି ସାମ୍ୱାଦିକତାର ଧର୍ମ ଓ ସାମାଜିକ ଦାୟିତ୍ୱକୁ ତୁଲାଇ ଆସିଛି ନନ୍ଦିଘୋଷ ଟିଭି । ଆଉ ଚ୍ୟାନେଲ୍‌ ଏଭଳି କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ । ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ସଭ୍ୟ ସଭ୍ୟା ଥିବା ‘ଜୟ ଓଡ଼ିଶା’ ସାମାଜିକ ସଂଗଠନ ଚ୍ୟାନେଲର ଏଭଳି କାର୍ଯ୍ୟକୁ ସମ୍ୱର୍ଦ୍ଧିତ କରିଛନ୍ତି ।

ଗୁରୁବାର ‘ଜୟ ଓଡ଼ିଶା’ ସାମାଜିକ ସଂଗଠନର କିଛି କର୍ମକର୍ତ୍ତା ଚ୍ୟାନେଲ କାର୍ଯ୍ୟାଳୟରେ ପହଞ୍ଚି ଏଡିଟର୍‌ ଇନ୍‌ ଚିଫ୍‌ ଶିଶିର ଭଟ୍ଟମିଶ୍ର ଓ ଇନ୍‌ପୁଟ୍ ହେଡ୍‌ ଅଜିତ୍ ଦାସଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି ।

ତେବେ କରୋନା କାଳରେ ଜୟ ଓଡ଼ିଶା ସଂଗଠନ ମଧ୍ୟ ନିଜ ସାମାଜିକ ଦାୟିତ୍ୱକୁ ବେଶ୍ ସୂଚାରୁ ରୂପେ ତୁଲାଇଛି । କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିବା କଥା ହେଉ କି ବରିଷ୍ଠ ନାଗରିକଙ୍କ ଘରେ ଔଷଧ ପହଞ୍ଚାଇଦେବା, ରକ୍ତଦାନ ଶିବର ଆୟୋଜନ କରିବା ଓ ରଜରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଅନ୍ତେବାସୀଙ୍କୁ ପୋଡ଼ ପିଠା ପ୍ରଦାନ କରିବା ଭଳି କାର୍ଯ୍ୟ କରିଛି ସଂଗଠନ ।

ଆଜିର ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଜୟ ଓଡ଼ିଶା ସଂଗଠନର ବିବେକ ପାଣ୍ଡ, ଅର୍ପିତା ପ୍ରିୟଦର୍ଶିନୀ, ରାଜା ନିର୍ମାଲ୍ୟ, ଶୁଭଙ୍କର ବେହେରା ଉପସ୍ଥିତ ଥିଲେ ।

Leave a Reply